ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଥିଲା। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିବା ସହ ଖୁବ କମ ଦିନରେ ପ୍ରେକ୍ଷାଳୟରୁ ହଟିଥିଲା। ଫିଲ୍ମଟି ଅଗଷ୍ଟ ୧୧, ୨୦୨୨ରେ ରିଲିଜ୍ ହୋଇଥିବା ଏହାର ଅସଫଳତା ଆମୀରଙ୍କ ଉପରେ କିପରି ଗଭୀର ପ୍ରଭାବ ପକାଇଥିଲା ତାହା ଜଣାଇଛନ୍ତି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କରୀନା କପୁର ଖାନ୍।
ଏକ ସାକ୍ଷାତକାରରେ ଆମୀରଙ୍କୁ କିମ୍ବଦନ୍ତୀ ବୋଲି କହି ସେ କହିଛନ୍ତି," ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ହେବା ପରେ ଆମୀର ଭାଙ୍ଗି ପଡ଼ିଥିଲେ। ଏକ ଇଭେଣ୍ଟରେ ତାଙ୍କ ସହ ମୋର ଦେଖା ହୋଇଥିଲା। ଏହି ସମୟରେ ସେ ମୋତେ ଥଟ୍ଟାରେ କହିଥିଲେ, ଆମ ଫିଲ୍ମ ଫ୍ଲପ ହୋଇଗଲା। ତୁମେ ଏବେ ମୋ ସହିତ କଥା ହେବ ତ? ଦେଖିବାକୁ ଗଲେ ଫିଲ୍ମକୁ ଆମେ ହୃଦୟରୁ ତିଆରି କରିଥିଲୁ। ଫିଲ୍ମରେ ଥିବା ମୋ ଚରିତ୍ର ମୋତେ ଖୁବ ପସନ୍ଦ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/10/YQyGFS5IkkaBH3arJHQH.jpg)
