ମୁମ୍ବାଇ:  ଛୋଟା ନବାବ ସୈଫ୍‌ ଅଲ୍ଲୀ ଖାନ୍‌ ଓ ପତ୍ନୀ କରୀନା କପୁର ୨ଟି ପୁତ୍ର ସନ୍ତାନର ବାପାମାଆ ବନି ସାରିଛନ୍ତି। ସେ ଯେପରି ତାଙ୍କର ସିକ୍ସଟିଜ୍‌(୬୦ରୁ ୭୦ ବର୍ଷ ମଧ୍ୟରେ)ରେ ପୁଣି ଥରେ ବାପା ନବନନ୍ତି ସେଥିପାଇଁ ସତର୍କ କରାଇଛନ୍ତି କରୀନା। ନିକଟରେ ପତ୍ନୀ କରୀନା ଏକ ସାକ୍ଷାତ୍‌କାରରେ ସୈଫ୍‌ଙ୍କ ସଂପର୍କରେ ଏକ ମଜାଦାର୍‌ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୈଫ୍‌ ତାଙ୍କର ପ୍ରତି ଦଶଂଦ୍ଧିରେ ବାପା ବନୁଛନ୍ତି। ତାଙ୍କର ଫର୍ଟିଜ୍‌(୪୦ରୁ ୫୦) ଓ ଫିପ୍ଟିଜ୍‌ (୫୦ରୁ ୬୦) ମଧ୍ୟରେ ସେ ତୈମୁର୍‌ ଓ ଜ‌ୈହଙ୍କ ପିତା ବନିଥିବା ବେଳେ ପୂର୍ବରୁ ଟ୍ବେଣ୍ଟିଜ୍‌(୨୦ରୁ ୩୦) ଓ ଥାର୍ଟିଜ୍‌(୩୦ରୁ ୪୦)ରେ ତାଙ୍କ ପ୍ରଥମ ପତ୍ନୀ ଅମ୍ରିତା ରାଓଙ୍କର ୨ ପିଲା ସାରା ଓ ଇବ୍ରାହିମ୍‌ ଅଲ୍ଲୀଙ୍କ ବାପା ବନି ସାରିଛନ୍ତି।

Advertisment

କରୀନା ଭୋଗ୍‌କୁୁ ଦେଇଥିବା ସାକ୍ଷାତ୍‌କାରରେ ସୈଫ୍‌ଙ୍କର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଯେଉଁଭଳି ଭାବେ ସୈଫ୍‌ ତାଙ୍କର ପିଲାମାନଙ୍କୁ ବଢ଼ାଇଛନ୍ତି ଓ ସେମାନଙ୍କୁ ସମୟ ଦେଇଛନ୍ତି ତାହାକୁ ନେଇ ସୈଫ୍‌ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି କରୀନା।

publive-image
India Today

ତେବେ ସୈଫ୍‌ଙ୍କ ପ୍ରଥମ ସନ୍ତତି ସାରା ଓ ନିକଟରେ ହୋଇଥିବା ସନ୍ତାନ ଜୈହଙ୍କ ମଧ୍ୟରେ ବୟସ ବ୍ୟବଧନ ହେଉଛି ୨୫ ବର୍ଷ। ସେ ଆହୁରି ବି କହିଛନ୍ତି ଯେ ସୈଫ୍‌ଙ୍କ ପରି ଜଣେ ଖୋଲା ମନର ପିଲା ହିଁ ଜୀବନର ଭିନ୍ନ ଭିନ୍ନ ମୋଡ଼ରେ ୪ ଜଣ ସନ୍ତାନଙ୍କର ବାପା ବନିପାରନ୍ତି।

ଏହାଛଡ଼ା କରୀନା ସାକ୍ଷାତ୍‌କାରରେ ତାଙ୍କ ବଡ଼ ପୁଅ ତୈମୁରଙ୍କ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି କି ତୈମୁର୍‌ ହେଉଛନ୍ତି ମିନି ସୈଫ୍‌। ସେ ତା ବାପାଙ୍କ ପରି ଜଣେ ରକ୍‌ଷ୍ଟାର୍‌। ସେ ଲୋକଙ୍କ ମେଳରେ ରହିବାକୁ ଭଲପାଏ। ଲୋକ ଭିଡ଼ ପାଇଲେ ପାଖ ଛାଡ଼ି ଯାଏନି ସେ।