କାହିଁକି ନିଜ ଡ୍ରାଇଭର୍‌ ଓ କ୍ୟାମେରାମ୍ୟାନଙ୍କ ଉପରେ ଚିଲାଇଲେ କରୀନା?

ମୁମ୍ବାଇ: କରୀନା କପୁର କେବେ ନିଜର ଷ୍ଟାଇଲ୍‌ ଓ ଆଟିଟ୍ୟୁଡ୍‌କୁ ନେଇ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି ପୁଣି କେବେ ନିଜର ପାରିବାରିକ ଜୀବନକୁ ନେଇ। ଏବେ ଅଭିନେତ୍ରୀ କରୀନା ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି, ମାତ୍ର ଚର୍ଚ୍ଚାର କାରଣ ଟିକେ ଭିନ୍ନ। ଏବେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ କରୀନ‌ାଙ୍କର ଏକ ଭିଡିଓ ଖୁବ୍ ଜୋର୍‌ ଭାଇରାଲ୍‌‌ ହେବା‌ରେ ଲାଗିଛି। ଭିଡିଓଟିରେ କରୀନା ତାଙ୍କ ଡ୍ରାଇଭର୍‌ଙ୍କ ଉପରେ ଚିଲାଉଥିବାର ନଜର ଆସିଛନ୍ତି। କେବଳ ଡ୍ରାଇଭର୍‌ ନୁହଁନ୍ତି, କରୀନା କିଛି କ୍ୟାମେରାମ୍ୟାନ୍‌ଙ୍କୁ ବି ଗାଳି କରୁଥିବାର ଦେଖିବାକୁ ମିଳିଛନ୍ତି।

ଏବେ ଆପଣ ଭାବୁଥିଲେ ଯେ ଏପରି କ’ଣ ହୋଇଗଲା ଯେ କରୀନାଙ୍କୁ ତାଙ୍କ ଡ୍ରାଇଭର୍‌ଙ୍କୁ ଗ‌ାଳି କରିବାକୁ ପଡ଼ିଲା। କରୀନା କପୁର ତାଙ୍କ ପ୍ରିୟ ବନ୍ଧୁ ମଲାଇକା ଆରୋରାଙ୍କ ସ୍ବାସ୍ଥ୍ୟର ହାଲଚାଲ ବୁଝିବାକୁ ତାଙ୍କ ଘରକୁ ଯାଇଥିଲେ।

 

 

View this post on Instagram

 

A post shared by Viral Bhayani (@viralbhayani)

ସେଠାରେ କରୀନା ତାଙ୍କ ଗାଡ଼ିରୁ ଓହ୍ଲାଉ ଓହ୍ଲାଉ କିଛି କ୍ୟାମେରାମ୍ୟାନ୍‌ ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କଲେ। ସେହି ସମରେ ଜଣେ କ୍ୟାମେରା ମ୍ୟାନ୍‌ଙ୍କ ଗୋଡ଼‌ରେ କରୀନାଙ୍କ ଗାଡ଼ି ବାଜିଗଲା। ଏହି କାରଣରୁ କରୀନା ତାଙ୍କ ଡ୍ରଇଭର୍‌ଙ୍କୁ ପାଟି କରିବା ସହ କ୍ୟାମେରାମ୍ୟାନଙ୍କୁ ବି ପଛକୁ ଘୁଞ୍ଚିଯିବାକୁ କହିଥିଲେ।

କରୀନା ପ୍ରଥମେ ତାଙ୍କ ଡାଇଭର୍‌ଙ୍କୁ କହୁଥିବାର ନଜର ଆସିଛନ୍ତି, ‘ପଛକୁ ଯାଅ ୟାର୍‌’। ପୁଣି କ୍ୟାମେରାମ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ସମ୍ଭାଳନ୍ତୁ ନିଜକୁ। ଏପରି ଭାଗନ୍ତୁ ନାହିଁ। କାହିଁକି ଭାଗୁଛ?’ ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

 

ସମ୍ବନ୍ଧିତ ଖବର