ମୁଁ ମୋ ପିଲାମାନଙ୍କ ସହ ବସି ଚନ୍ଦ୍ରଯାନ-୩ର ଅବତରଣ ଦେଖିବି: କରୀନା କପୁର

ମୁମ୍ବାଇ: ଚନ୍ଦ୍ରରେ ଭାରତର ‘ଚନ୍ଦ୍ରଯାନ-୩’ ‘ଅବତରଣ ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅଗଷ୍ଟ ୨୩, ୨୦୨୩ରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ର ଉପରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏବେ କରୀନା କପୁର ଐତିହାସିକ ମୁହୂର୍ତ୍ତକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ବଲିଉଡ ଅଭିନେତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ହେବ ଏବଂ ସେ ନିଜ ପରିବାର ସହିତ ବସି ଚନ୍ଦ୍ରଯାନ ୩ର ଅବତରଣ ଦେଖିବାକୁ ଯୋଜନା କରିଛନ୍ତି।

ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରୀନା କପୁରଙ୍କୁ ‘ଚନ୍ଦ୍ରଯାନ-୩’ର ଅବତରଣ ବିଷୟରେ ପଚରାଯାଇଥିଲା। ଏହାକୁ ନେଇ ଅଭିନେତ୍ରୀ କହିଥିଲେ, “ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭାରତୀୟ ଭାବରେ ଆମେ ସମସ୍ତେ ଏହାକୁ ଦେଖିବା ପାଇଁ ଅପେକ୍ଷା କରିଛୁ। ଅନେକ ଲୋକ ଏହାକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ମୁଁ ନିଶ୍ଚିତ ଭାବରେ ଏହାକୁ ମୋ ପିଲାମାନଙ୍କ ସହିତ ଦେଖିବି।

କରୀନା କପୁରଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ତାଙ୍କୁ ଶେଷଥର ପାଇଁ ଆମୀର ଖାନଙ୍କ ବିପକ୍ଷରେ ‘ଲାଲ ସିଂ ଚଢ଼ା’ରେ ଦେଖିବାକୁ ମିଳିଥିଲା। ଆଗକୁ ସେ ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର