ନୂଆଦିଲ୍ଲୀ: ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ କରିଥିବା ପରେ ୨୦୧୬ମସିହାରେ ଅଭିନେତ୍ରୀ କରୀନା କପୁର ଖାନ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ କରୀନା ପୁଣିଥରେ ବିବାହ କରିବାକୁ ଚାହୁଛନ୍ତି ବୋଲି କହୁଥିବାର ଏକ ଖବର ପ୍ରକାଶ ପାଇଛି। ଏହା ନା ଆମେ କହୁଛୁ, ନା କୌଣସି ଗୁଜବ। ଏହି କଥା କରୀନା କପୁର ନିଜେ କହୁଛନ୍ତି। ତାହା ପୁଣି ମାନୁଷି ଛିଲ୍ଲରଙ୍କ କଥା ଶୁଣି। ଏସବୁ କଥା ହେଉଛି ମାନୁଷି ଛିଲ୍ଲର ଓ କରୀନା କପୁରଙ୍କ ଏକ ବିଜ୍ଞାପନକୁ ନେଇ। ବିଶ୍ୱ ସୁନ୍ଦରୀର ମୁକୁଟ ବିଜୟନୀର ହେବା ପରେ ମାନୁଷି ଛିଲ୍ଲର ଆଳଙ୍କାର ବ୍ରାଣ୍ଡ ମାଲାବାର ଗୋଲ୍ଡ ସହିତ ପ୍ରଥମ ବିଜ୍ଞାପନର କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି।
/sambad/media/post_attachments/wp-content/uploads/2018/04/1c2a0dd45eb438595671afc084c7ac29-300x196.jpg)
ମାଲାବାର ଗୋଲ୍ଡ ପାଇଁ ଏଯାବତ୍ କରୀନା କପୁର ବିଜ୍ଞାପନ କରି ଆସୁଥିଲେ। ଏହି ନୂଆ ବିଜ୍ଞାପନରେ କରୀନା ଓ ମାନୁଷି ଏକା ସହିତ ନଜର ଆସୁଛନ୍ତି। ଏହି ବିଜ୍ଞାପନରେ କରୀନା ମାନୁଷିଙ୍କୁ ପଚାରୁଛନ୍ତି ତୁମେ କିଭଳି ଭାବେ ବିବାହ କରିବାକୁ ଚାହୁଁଛ। ମାନୁଷି ଏହାର ଖୁବ୍ ସୁନ୍ଦର ଉତ୍ତର ଦେଉଛନ୍ତି। ଯାହାକୁ ଶୁଣି କରୀନାଙ୍କ ପୁଣି ଥରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। କରିନା ଓ ମାନୁଷିଙ୍କ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ବହୁ ଟ୍ରେଣ୍ଡ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/21111111-1.jpg)