ମାଆଙ୍କ ପାଇଁ ଏହି ସୁପରହିଟ୍‌ ସିନେମାରେ କାମ କରିପାରି ନଥିଲେ କରିନା

ମୁମ୍ବାଇ: ୨୦୦୨ରେ ରିଲିଜ୍‌ ହୋଇଥିବାଏକ ଗୁରୁତ୍ୱପୂର୍ଣ୍ଣ ସିନେମା ହେଲା ‘ଦେବଦାସ୍‌’। ଏହା ବଲିଉଡର ଲୋକପ୍ରିୟ ନାୟିକା ଏଶ୍ୱର୍ଯ୍ୟା ରାୟଙ୍କର କ୍ୟାରିଅରର ଏକ ମାଇଲଖୁଣ୍ଟ ।ଏହି ସିନେମାରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଶାହରୁଖ୍‌ ଖାନ୍‌,ମାଧୁରୀ ଦୀକ୍ଷିତ,ଜ୍ୟାକି ଶ୍ରଫ୍‌ ,ବିଜେନ୍ଦ୍ର ଘାଟ୍‌ଗେ ଓ କିରଣ ଖେର ପ୍ରମୁଖ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ।
‘ଦେବଦାସ’ ବକ୍ସସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ପୁୁରସ୍କାର।
ହେଲେ ଆପଣ ଜାଣନ୍ତି କି ଏହି ସିନେମାରେ ଐଶ୍ୱର୍ଯ୍ୟା କରିଥିବା ଭୂମିକାଟି ପ୍ରଥମେ ମିଳିଥିଲା ଆଉ ଜଣେ ନାୟିକାଙ୍କୁ । ସଂଜୟ ଲୀଲା ଭଂସାଲୀ ଯେତେବେଳେ ‘ଦେବଦାସ’ର କାମ ଆରମ୍ଭ କରିଲେ,ସେତେବେଳେ ଏଥିରେ ଥିବା ‘ପାରୋ’ ଭୂମିକାରେ କରିନା କପୁରଙ୍କୁ ନେବେ ବୋଲି ସ୍ଥିର କରିଥିଲେ।


‘ଦେବଦାସ’ର ନିର୍ମାଣକାର୍ଯ୍ୟ ଆରମ୍ଭ ହେବା ବେଳକୁ କରିନା କପୁରଙ୍କର କେବଳ ଗୋଟିଏ ହିନ୍ଦୀ ସିନେମା ‘ରିଫ୍ୟୁଜି’ ରିଲିଜ୍‌ ହୋଇଥାଏ। କରିନାଙ୍କ ଅଭିନୟ ପ୍ରତିଭାରେ ପ୍ରଭାବିତ ହୋଇ ଭଂସାଲୀ ‘ଦେବଦାସ’ର ପାରୋ ଭୂମିକା ଲାଗି ଅଫର ଦେଇଥିଲେ। ଏହି ଭୂମିକା ପାଇଁ କରିନାଙ୍କର ସ୍କ୍ରିନ୍‌ ଟେଷ୍ଟ୍‍ ବି ନିଆ ଯାଇଥିଲା।

କିନ୍ତୁ କରିନା କପୁରଙ୍କ ମାଆ ବବିତା ଏହି ଅଫର୍‌କୁ ପ୍ରତ୍ୟାଖାନ କରିଥିଲେ। ସେତେବେଳେ ସେ କହିଥିଲେ ଯେ,‘ପାରୋ’ ଭୂମିକା କରିବାର ବୟସ ଆସି ନାହିଁ କରିନାଙ୍କର।

ସମ୍ବନ୍ଧିତ ଖବର