ମୁମ୍ବାଇ: ଜଣାଶୁଣା ବଲିଉଡ ତାରକା ଅଭିଷେକ ବଚ୍ଚନ ଏବଂ କରୀନା କପୁର ଖାନ ୨୦୦୦ ମସିହାରେ ବଲିଉଡରେ କ୍ୟାରିୟର ଫିଲ୍ମ ରିଫ୍ୟୁଜିରୁ ଆରମ୍ଭ କରିଥିଲେ। ଏହି ଫିଲ୍ମର ଯାହାର ନିର୍ଦ୍ଦେଶନା ଦେଇଥିଲେ ଜେ.ପି.ଦତ୍ତା। ଏହି ଚଳଚ୍ଚିତ୍ରରେ ଅଭିଷେକ ଏବଂ କରୀନାଙ୍କ ମଧ୍ୟରେ ରୋମାଣ୍ଟିକ୍ ଦୃଶ୍ୟ ଥିଲା। ଯାହା କରୀନାଙ୍କ ପାଇଁ ଟିକେ ସହଜ ନ ଥିଲା।

Advertisment

କାରଣ ସେ ଅଭିଷେକଙ୍କୁ ଭାଇ ବୋଲି ଭାବୁଥିଲେ। ଅଭିଷେକ ଏହି ଅଭିଜ୍ଞତା ବିଷୟରେ କହିଥିଲେ, ଯେଉଁଥିରେ ସେ କହିଥିଲେ ଯେ କରୀନା ତାଙ୍କୁ ବର୍ବାଦ କରିଦେଇଥିଲେ।

ଅଭିଷେକ ଏବଂ କରୀନା ଏକ ଟିଭି ସୋ "ସିମି ଗାରେୱାଲ" ରେ ଏକାଠି ହୋଇଥିଲେ। ଅଭିଷେକ କରୀନାଙ୍କୁ ପ୍ରଶଂସା କରିଥିଲେ, କିନ୍ତୁ ଥଟ୍ଟା କରି କହିଥିଲେ ଯେ ମୁଁ ତୁମକୁ କେବେ ବି ଭୁଲି ପାରିବି ନାହିଁ କାରଣ ତୁମେ ମୋତେ ଏହି ସିନ୍‌ରେ ବର୍ବାଦ କରି ଦେଇଛ। ମୋର ମନେ ଅଛି ତୁମେ ମୋତେ ପ୍ରଥମ କଥା କହିଥିଲ, ଏବି, ଏହା ହେଉଛି ଆମର ପ୍ରଥମ ରୋମାଣ୍ଟିକ୍ ଦୃଶ୍ୟ ଏବଂ ମୁଁ ତୁମକୁ କିପରି ଭଲପାଇବି। ତୁମେ ମୋ ଭାଇ ପରି।

କରୀନା ଏବଂ ଅଭିଷେକଙ୍କର ଭଲ ସମ୍ପର୍କ ଥିଲା। ବିଶେଷ କରି କରିସ୍ମା କପୁର ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଏକ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲ। ଯାହା ପରେ ଅସଫଳ ଭାବେ ଶେଷ ହୋଇଥିଲା। କରୀନା ଏକ ସାକ୍ଷାତକାରରେ କହିଥିଲେ ଯେ ଅଭିଷେକ ମୋର ପ୍ରଥମ ସହ-ଷ୍ଟାର ଥିଲେ ଏବଂ ତାଙ୍କ ସହ ମୋର ପ୍ରଥମ ସୁଟିଂ କରିବାର ଅଭିଜ୍ଞତା ସବୁବେଳେ ମୋ ହୃଦୟରେ ରହିବ।

ସେ କହିଥିଲେ ଯଦି ଅଭିଷେକ ମୋ ସହ କାମ କରିବାକୁ ମନା କରିବେ ତେବେ ମୁଁ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିବି। ଲୋକମାନେ ମଧ୍ୟ ଏହାକୁ ସମ୍ମାନ ଦେବା ଉଚିତ୍। ଯେତେବେଳେ କରୀନାଙ୍କୁ ପଚରାଯାଇଥିଲା ଅଭିଷେକଙ୍କ ବିବାହ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ତାଙ୍କର ସମ୍ପର୍କ ବଦଳିଛି କି ନାହିଁ?

ସେତେବେଳେ ସେ କହିଥିଲେ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର କୌଣସି ଅସୁବିଧା ନାହିଁ। ଐଶ୍ୱର୍ଯ୍ୟା ବହୁତ ଭଲ ଏବଂ ଯେତେବେଳେ ବି ସେମାନେ ପରସ୍ପରକୁ ଭେଟନ୍ତି ସେତେବେଳେ ଉଭୟଙ୍କ ମଧ୍ୟରେ ମଧୁର କଥାବାର୍ତ୍ତା ହୋଇଥାଏ।