ଅଭିନୟରେ ନୁହେଁ ଏହି ପେସାରେ ତୈମୁର କ୍ୟାରିୟର କରନ୍ତୁ ବୋଲି ଚାହୁଁଛନ୍ତି କରୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ମାତ୍ର ୨ବର୍ଷ ବୟସରୁ ହିଁ ଷ୍ଟାର ପାଲଟି ଯାଇଛନ୍ତି । କୌଣସି ଫିଲ୍ମ ନ କରି ମଧ୍ୟ ଲୋକମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍‌ ଦେଖିବାକୁ ମିଳିଛି । ତେବେ ଏତେ କମ ବୟସରୁ ତୈମୁରଙ୍କ ପ୍ରଶଂସକ ସଂଖ୍ୟା ବଢ଼ୁଥିବା ଦେଖି ସେ ଭବିଷ୍ୟତରେ ଜଣେ ଅଭିନେତା ଭାବେ ବଲିଉଡ୍‌ରେ କ୍ୟାରିୟର କରିବେ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କିନ୍ତୁ ତୈମୁରଙ୍କ ମା’ ତଥା କରୀନା କପୁର ଖାନ୍‌ ତାଙ୍କୁ ଅଭିନେତା ହିସାବରେ ଦେଖିବାକୁ ଇଚ୍ଛା କରୁ ନଥିବା ଜଣା ପଡ଼ିଛି ।

Image result for kareena taimur
DNA India

ସୂଚନା ମୁତାବକ, ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ କରୀନା ତୈମୁରଙ୍କୁ ଭବିଷ୍ୟତରେ କେଉଁ ପେସାରେ ଦେଖିବାକୁ ଚାହୁଁଛନ୍ତି, ତାହା ଜଣାଇଛନ୍ତି । ତୈମୁର ଭବିଷ୍ୟତରେ ଅଭିନେତା ନ ହୋଇ ଜଣେ କ୍ରିକେଟର ହୁଅନ୍ତୁ ବୋଲି ଚାହୁଁଛନ୍ତି କରୀନା । କରୀନାଙ୍କ ଶଶୁର ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦି ଜଣେ କ୍ରିକେଟର ଥିବାରୁ ତୈମୁର ମଧ୍ୟ ତାଙ୍କ ଭଳି କ୍ରିକେଟର ହୁଅନ୍ତୁ ବୋଲି ଚାହୁଁଛନ୍ତି କରୀନା ।

ସମ୍ବନ୍ଧିତ ଖବର