ମୁମ୍ବାଇ: ସୈଫ ଅଲ୍ଲୀ ଖାନ୍ ଆତ୍ମଜୀବନୀ ପୁସ୍ତକ ପ୍ରକାଶ କରିବାକୁ ଯାଉଛନ୍ତି। ସୈଫ ଏହି ପୁସ୍ତକରେ ନିଜର ଜୀବନ, ଉତ୍ଥାନ ପତନ, ପରିବାର, ସଫଳତା, ବିଫଳତା, ନିଜର ପ୍ରେରଣା ଓ ଫିଲ୍ମ ବାବଦରେ ଉଲ୍ଲେଖ କରିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ ସୈଫଙ୍କ ପତ୍ନୀ କରୀନା କପୁର କହିଛନ୍ତି, ସେ ସୈଫଙ୍କ ଆତ୍ମଜୀବନୀ ପୁସ୍ତକ ପ୍ରକାଶନ ପୂର୍ବରୁ ତାହାକୁ ସମ୍ପାଦନ କରିବେ। କରୀନା ଏହା ବି କହିଛନ୍ତି ଯେ ଜାଣିନି ସେ କ’ଣ ଲେଖି ଦେଇଥିବେ। ତେଣୁ ଡର ଲାଗୁଛି।
Hindustanରିପୋର୍ଟ ମୁତାବକ ସୈଫଙ୍କ ଏହି ପୁସ୍ତକ ହାର୍ପର କଲିନ୍ସ ୨୦୨୧ ମସିହାରେ ଛାପିବ। ପୁସ୍ତକ ଜରିଆରେ ସୈଫଙ୍କ ସମ୍ପର୍କରେ କିଛି ଅଜଣା କଥା ମଧ୍ୟ ସାମ୍ନାକୁ ଆସିବ। ଏଥିସହ କରୀନା ସେହି ସାକ୍ଷାତକାରରେ କହିଥିଲେ, ମୋ ପୁଅ ତୈମୁର ଏବେ ବହୁତ ଫଟୋ ଉଠାଉଥିବାରୁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ମୁଁ ଚାହେଁ ତୈମୁର ନିଜ ଚେଷ୍ଟାରେ କିଛି ହୁଅନ୍ତୁ। ତେଣିକି ସେ ରୋଷେୟା ହୁଅନ୍ତୁ କି ପାଇଲଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/kareena-kapoor-saif-ali-khan-2.jpg)