ଏହି ମାତ୍ର କିଛି ମାସ ତଳେ ପ୍ରଥମ ସନ୍ତାନ ପ୍ରସବ କରିଥିଲେ, କରୀନା କପୂର। ଗର୍ଭଧାରଣ ବେଳେ ସ୍ୱାଭାବିକ ଭାବେ ସ୍ଫୀତ ହୋଇଥିଲେ; ଓଜନ ବଢ଼ିଥିଲା। ହେଲେ, ମାସ କେତେଟି ନ ପୂରୁଣୁ, ସେ ପୁଣି ଫେରିପାଇଛନ୍ତି, ନିଜର ପୂର୍ବର ‘ଜିରୋ ଫିଗର୍’। ସେପ୍ଟେମ୍ବର୍ରୁ ସେ ଦିଲ୍ଲୀରେ, ଆଗାମୀ ଫିଲ୍ମ ‘ବୀରେ ଦି େଓ୍ଵଡିଂ’ର ସୁଟିଂ କରୁଛନ୍ତି। ରହୁଛନ୍ତି, ଏକ ପଞ୍ଚ-ତାରକା ହୋଟେଲ୍ରେ। ସେଠାରେ, ତାଙ୍କ ପ୍ରକୋଷ୍ଠରେ ଲାଗିଛି, ଏକ ବିଦେଶୀ ପିଲେଟ୍ ମେସିନ୍। ସେହି ମେସିନ୍ରେ ପ୍ରତି ଦିନ ଦୁଇ-ଚାରି ଘଣ୍ଟା ବ୍ୟାୟାମ କରୁଛନ୍ତି। ନିୟମିତ ବ୍ୟାୟାମ ହିଁ ତାଙ୍କୁ ଖୁବ୍ କମ୍ ଦିନରେ ପୂର୍ବ ଚେହେରା ଫେରାଇବାରେ ସାହାଯ୍ୟ କରିଛି। ପ୍ରସବର ଦୁଇ ସପ୍ତାହ ପରେ ସେ କଠିନ ବ୍ୟାୟାମ ଆରମ୍ଭ କରିଥିଲେ। କିଛି ଦିନର ଅଭ୍ୟାସ ପରେ, ଦୁଇ-ଚାରି ସପ୍ତାହ କ୍ରମାଗତ ଭାବେ ଦିନରେ ଦଶ ଘଣ୍ଟା ବ୍ୟାୟାମ, ତାଙ୍କ ପୂର୍ବ ଚେହେରା ଫେରାଇଆଣିଥିବା ପ୍ରକାଶ। ଏଥି ପାଇଁ ସେ ଖାଦ୍ୟ ମଧ୍ୟ ବଦଳାଇଥିଲେ। କମ୍ କାଲୋରି ଥିବା ଅଧିକ ପୁଷ୍ଟିକର ଖାଦ୍ୟ ଦିନରେ ଛଅ ଥର ଖାଉଥିଲେ। ଏବେ ବ୍ୟାୟାମ ସମୟ କମାଇଛନ୍ତି। ତେବେ, ଖାଦ୍ୟାଭ୍ୟାସ ବଦଳାଇନାହାନ୍ତି। ଫିଟ୍ନେସ୍ ପାଇଁ ତାଙ୍କର ଏ ଭଳି କୃଚ୍ଛ ସାଧନା ଅନେକଙ୍କୁ ବିସ୍ମିତ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp