ଅଭିନେତା ବରୁଣ ଧାୱନ ଓ ତାଙ୍କ ପ୍ରେମିକା ନତାଶା ଦଲାଲ୍ଙ୍କ ନିର୍ବନ୍ଧ ସରିଛି। ଏହି ଖବରର ସତ୍ୟତା ଉପରେ ଅଭିନେତ୍ରୀ କରୀନା କପୁର୍ ଖାନ୍ ମୋହର ମାରିଛନ୍ତି। କଥା କ’ଣ କି, କରୀନାଙ୍କ ରେଡିଓ ସୋ’ରେ ବରୁଣ ଅତିଥି ଭାବେ ଯୋଗ ଦେଇଥିଲେ। ସେଥିରେ କରୀନା, ନତାଶାଙ୍କୁ ବରୁଣଙ୍କ ‘ମଙ୍ଗେତର୍’ ଅର୍ଥାତ୍ ଭାବୀ ପତ୍ନୀ ଭାବେ ସମ୍ବୋଧନ କରିଥିଲେ। ଏଥିରୁ ଉଭୟଙ୍କ ନିର୍ବନ୍ଧ ସରିଥିବା ସ୍ପଷ୍ଟ ହୋଇଛି। କରୀନାଙ୍କ ଏହି ସୋ’ର ଅତିଥି ଭାବେ ବରୁଣ ଯୋଗ ଦେଇ କହିଛନ୍ତି, ଜଣକ ସହ ଦୀର୍ଘ ସମୟ କାଟିବା ପରେ ବିବାହ କରିବାକୁ ମଣିଷ ପ୍ରସ୍ତୁତ ହୋଇଯାଏ। ମୁଁ ମୋ ଭାଇ, ଭାଉଜ ଓ ଝିଆରୀକୁ ଦେଖି ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଛି। ବରୁଣ ଓ ନତାଶା ଲିଭ୍-ଇନ୍ରେ ରହିବାକୁ ଚାହୁଥିଲେ ବି ବରୁଣଙ୍କ ପରିବାର ସେମାନଙ୍କ ବିବାହ କରିଦେବାକୁ ଚାହୁଛନ୍ତି। ଏଇ ମାସ ଶେଷ ଆଡ଼କୁ ଥାଇଲାଣ୍ଡ୍ରେ ଡେଷ୍ଟିନେସନ୍ ୱେଡିଂରେ ଉଭୟଙ୍କ ବିବାହ ସମ୍ପନ୍ନ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିବ ବୋଲି ଜଣାପଡ଼ିଛି।
ବରୁଣ-ନତାଶାଙ୍କ ନିର୍ବନ୍ଧ ଖବରକୁ କରୀନାଙ୍କ ମୋହର
/sambad/media/post_attachments/wp-content/uploads/2020/12/fsh49sfh4f9s4shf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)