ମୁମ୍ବାଇ: ପୁଅ ତୈମୁର୍ ଅଲ୍ଲୀ ଖାଁଙ୍କ ଜନ୍ମ ପରେ ବେଶ୍ ଲମ୍ବା ସମୟ ପାଇଁ ବଡ଼ ପରଦାରୁ ଦୂରେଇ ଯାଇଥିବା ଅଭିନେତ୍ରୀ କରୀନା କପୁର୍ ଦର୍ଶକଙ୍କୁ ଦେଖାଦେବେ ଏଇ ଜୁନ୍ରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ବୀରେ ଦୀ େଓ୍ଵଡିଂ’ ଜରିଆରେ। ପ୍ରକୃତରେ କରିନାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଅପେକ୍ଷା କରିଛନ୍ତି। ତେବେ ଖୁସିର ଖବର ହେଉଛି, ୟା’ ପରେ ପରେ କରିନାଙ୍କର ଆହୁରି ଏକାଧିକ ଫିଲ୍ମ ଆସୁଛି। ତା’ ଭିତରୁ ଗୋଟିଏ ହେଉଛି, ଅଜୟ ଦେବଗନ୍ଙ୍କ ମରାଠୀ ଫିଲ୍ମ ‘ଆପଲା ମାନୁଷ୍’ର ହିନ୍ଦୀ ରି-ମେକ୍। ଏହାର ନିର୍ଦ୍ଦେଶନା ଦେବେ ଆଶୁତୋଷ ଗୋଓ୍ଵାରିକର୍। ଆଶୁତୋଷ ଏବେ ଏହାର ସ୍କ୍ରିପ୍ଟ୍ କାମ କରୁଛନ୍ତି। ମରାଠୀ ଫିଲ୍ମରେ ମୁଖ୍ୟ ଭୂମିକାରେ ନାନା ପଟେକର୍ ଅଭିନୟ କରିଛନ୍ତି। ଏହାର ହିନ୍ଦୀ ରୂପାନ୍ତରଣରେ ସେହି ଭୂମିକାରେ ଅଜୟ ଅଭିନୟ କରିବେ। ଫିଲ୍ମର ବାକି କଳାକାରଙ୍କ ମନୋନୟନ ଚାଲିଛି। ନିକଟ ଭବିଷ୍ୟତରେ ସବୁକିଛି ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କୁହା ଯାଉଛି।
ଉଲ୍ଲେଖନୀୟ ଯେ ‘ବୀରେ ଦୀ େଓ୍ଵଡିଂ’ ଏଇ ଜୁନ୍ ମାସରେ ରିଲିଜ୍ ହେବ। ଏଥିରେ ଚାରି ବାନ୍ଧବୀଙ୍କର କାହାଣୀ ରହିଛି। ସେ ଚାରି ବାନ୍ଧବୀ ନିଜର ଆଉଜଣେ ବାନ୍ଧବୀର ବାହାଘର ଉତ୍ସବକୁ ଯାଇଛନ୍ତି। ସେଠାରେ ଯେଉଁସବୁ ବିଚିତ୍ର ଘଟଣା ଘଟିଛି, ଫିଲ୍ମରେ ସେସବୁ ରହିଛି।