ମୁମ୍ବାଇ: ସ୍ୱାମୀ ସଂଜୟ କପୁରଙ୍କଠାରୁ ଛାଡପତ୍ର ନେବାପରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ସନ୍ଦୀପ ତୋଷନୀଓ୍ଵାଲଙ୍କ ସହିତ ସଂପର୍କ ରଖିଥିଲେ। ଦୁହିଁଙ୍କର ଆଫେଆର୍ ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଚଳିତ ବର୍ଷ ଖବର ଆସିଥିଲା କି ସନ୍ଦୀପ ଓ କରିସ୍ମା ବିବାହ କରିବେ। କିନ୍ତୁ ଏହି ଖବରକୁ ଅସ୍ୱୀକାର କରିଥିଲେ କରିସ୍ମା କପୁରଙ୍କ ପିତା ରଣଧୀର କପୁର।
ଏବେ ସୂଚନା ମିଳିଛି ଯେ ସଂଜୟ ଓ କରିସ୍ମା ଆଉ ପ୍ରେମ ସଂପର୍କରେ ନାହାଁନ୍ତି। ଦୁହିଁଙ୍କ ଭିତରେ ବ୍ରେକ୍ ଅପ୍ ହୋଇଯାଇଛି। କୁହାଯାଇଛି ଯେ କରିସ୍ମା ଦ୍ୱିତୀୟ ବିବାହ ସପକ୍ଷରେ ନାହାନ୍ତି। ସେ ନିଜର ଦୁଇ ପୁଅ-ଝିଅଙ୍କ ଲାଳନ ପାଳନରେ ସମୟ ଦେବାକୁ ଚାହାଁନ୍ତି। ସେ ସିଙ୍ଗଲ ମଦର ହୋଇ ରହିବାକୁ ଚାହାଁନ୍ତି ବୋଲି ସୂଚନା ମିଳିଛି। କରିସ୍ମା କପୁର ୨୦୦୩ରେ ସଂଜୟ କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହକୁ ଦୁଇ ବର୍ଷ ନ ପୂରୁଣୁ ଉଭୟଙ୍କର ଛାଡପତ୍ର ହୋଇଥିଲା। ଏଣେ ସନ୍ଦୀପ ତୋଷନିଓ୍ଵାଲ ମଧ୍ୟ ୨୦୧୭ ଏପ୍ରିଲ ମାସରେ ପତ୍ନୀ ଡାକ୍ତର ଅସରିତାଙ୍କୁ ଛାଡ଼ପତ୍ର ଦେଇଥିଲେ।
ମଝିରେ ଶୁଣିବାକୁ ମିଳିଥିଲା ଯେ ସନ୍ଦୀପ କରିସ୍ମାଙ୍କୁ ଏକ ଫ୍ଲାଟ୍ ଉପହାର ଦେଇଥିଲେ। ସେ ଦୁହେଁ ବିବାହ ପରେ ସେଠାରେ ରହିବାର ଯୋଜନା ବି କରିଥିଲେ।