ଅସଦାଚରଣର ଶିକାର ହେଲେ ‘ଇସ୍‌ମେଁ ତେରା ଘାଟା’ ସଙ୍ଗୀତର ଅଭିନେତ୍ରୀ କରିସ୍ମା, କହିଲେ;୧୫ଜଣ ଲୋକ ମୋତେ ଘେରି…

ମୁମ୍ବାଇ: ରାଗିଣି ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌, ପ୍ୟାର କା ପଞ୍ଚନାମା-୨ଭଳି ଫିଲ୍ମ ଏବଂ ଇସ୍‌ମେ ତେରା ଘାଟା ଭଳି ଆଲ୍‌ବମରେ କାମ କରିଥିବା ଅଭିନେତ୍ରୀ କରିସ୍ମା ଶର୍ମା ନିଜ ସହ ଘଟିଥିବା ଅସଦାଚରଣ ବିଷୟରେ ଖୁଲସା କରିଛନ୍ତି । ଏକ ସାକ୍ଷାତକାର ଦେଇ ସେ କାମରୁ ବିରତି ନେଇ ଛୁଟି କଟାଇବା ପାଇଁ ଯାଇଥିବା ବେଳେ ତାଙ୍କୁ ୧୫ଜଣ ଲୋକ ଘେରିଯିବା ସହ ଅସଦାଚରଣ କରିଥିଲେ ବୋଲି ସେ କହିଛନ୍ତି ।

bollywoodbyte.in

ତାଙ୍କ କହିବା ଅନୁଯାୟୀ ମନକୁ ଶାନ୍ତ କରିବା ପାଇଁ ମୁଁ ଏବଂ ମୋ କିଛି ସାଙ୍ଗ ଧର୍ମାଶାଳା ବୁଲିବା ପାଇଁ ଯାଇଥିଲୁ । ସେଠାରେ ଏକ ଝରଣା ଥିବା ଜାଗାରେ ଠିଆ ହୋଇ ଆମେ ଫଟୋ ଉଠାଉଥିବା ବେଳେ ଆମ ପଛପଟେ କିଛି ଲୋକ ଆମକୁ ଦେଖୁଥିଲେ । ସେମାନେ ମୋତେ ଖରାପ ନଜରରେ ଦେଖିବା ସହ ମୋ ସ୍ତନ ଉପରେ ନଜର ପକାଇବା ସହ ଆମର ପିଛା କରିଥିଲେ । କିଛି ଦୂର ଯିବା ପରେ ଆମେ ରାସ୍ତାରେ ଜଣେ ପୁଲିସକର୍ମୀଙ୍କୁ ଦେଖି ଅଭିଯୋଗ କରିବା ପରେ ସେ ଆମ କଥା ଶୁଣି ହସିବା ସହ ଚାଲି ଯାଇଥିଲେ । ତା’ ପର ଦିନ ଆମେ ଜିନିଷ କିଣିବା ପାଇଁ ମାର୍କେଟ ଯାଇଥିବା ବେଳେ ସେହି ଲୋକମାନଙ୍କୁ ଆମର ପିଛା କରୁଥିବାର ଦେଖିଥିଲୁ । ସେମାନଙ୍କ ଏଭଳି ବ୍ୟବହାର ପାଇଁ ଆମେ ସେଠାରୁ ୪ଦିନ ନ ରହି ବାଧ୍ୟ ହୋଇ ୨ଦିନ ମଧ୍ୟରେ ଚାଲି ଆସିଥିଲୁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର