କରିସ୍ମାଙ୍କ ଭାବପ୍ରବଣତା

ପଚିଶ ବର୍ଷ ପରେ ଚଳଚ୍ଚିତ୍ର ‘ଜୁଡୱା’ କଥା ମନେ ପକାଇ ଅଭିନେତ୍ରୀ କରିସ୍ମା କପୁର ଅତ୍ୟନ୍ତ ଭାବପ୍ରବଣତା ପ୍ରକାଶ କରିଛନ୍ତି। ଏଭଳି ଏକ ରୋମାଣ୍ଟିକ୍-କମେଡି ଡ୍ରାମା ଯେଉଁଥିରେ ସୁପରଷ୍ଟାର୍ ସଲମାନ୍ ଖାନ୍ ଓ ରମ୍ଭାଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଥିଲେ, ସେଥିରେ କରିସ୍ମା ଅଭିନୟ କରିବାର ସୁଯୋଗ ପାଇ ନିଜକୁ ସୌଭାଗ୍ୟବତୀ ବୋଲି ବିବେଚନା କରିଛନ୍ତି।

ଏବେ କରିସ୍ମା ନିଜ ସୋସିଆଲ୍‌ ମିଡିଆରେ ଏହାର କିଛି ଦୃଶ୍ୟର ଫଟୋ ପୋଷ୍ଟ କରି ଲେଖିଛନ୍ତି- ଜୁଡ୍‌ୱା ଏକ ଯାତ୍ରା ଯେଉଁଥିରେ ସମ୍ପୂର୍ଣ୍ଣ ପ୍ରେମ ଥିଲା, ଏହା ବ୍ୟତୀତ ଏଥିରେ ଭରପୂର ହାସ୍ୟରସ ଓ ରୋମାଞ୍ଚ ମଧ୍ୟ ଥିଲା। କରିସ୍ମା କହିଛନ୍ତି- ଏହା ଭିତରେ ୨୫ ବର୍ଷ ବିତିଗଲା କିନ୍ତୁ ମୁଁ ଜାଣିପାରିଲିଣି। ନବେ ଦଶନ୍ଧିରେ କରସ୍ମା ଓ ସଲମାନ୍‌ଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ମନୋରଂଜନ ଦେଇଥିଲା। ଏ ଦୁହିଁଙ୍କ ଯୋଡ଼ି କିଛି ସିନେମାକୁ ବକ୍ସ ଅଫିସ୍‌ରେ ସୁପରହିଟ୍ କରିଥିଲା। ଏଇ ଯେମିତି ‘ଦୁହ୍ଲନ୍ ହମ୍ ଲେ ଜାଏଙ୍ଗେ’, ‘ବିୱି ନଂ-୧’, ‘ଅନ୍ଦାଜ ଅପ୍‌ନା ଅପ୍‌ନା’, ‘ଚଲ୍ ମେରେ ଭାଇ’।

ସମ୍ବନ୍ଧିତ ଖବର