ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଇଚ୍ଛାପତ୍ରକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି।
ସଞ୍ଜୟ କପୁରଙ୍କ ହଠାତ୍ ମୃତ୍ୟୁ ପରେ ତାଙ୍କ ମାଆ, ଭଉଣୀ ଏବଂ ପତ୍ନୀଙ୍କ ମଧ୍ୟରେ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଏବେ କରିସ୍ମା ଏବଂ ସଞ୍ଜୟଙ୍କ ପିଲାମାନେ ମଧ୍ୟ ସାବତ ମା ପ୍ରିୟା କପୁରଙ୍କ ଉପରେ ଜାଲିଆତିର ଅଭିଯୋଗ ଆଣିଛନ୍ତି।
କରିସ୍ମା କପୁର ଏବଂ ସଞ୍ଜୟ କପୁରଙ୍କ ସନ୍ତାନ ସମାଇରା କପୁର ଏବଂ କିୟାନ୍ କପୁର ବାପାଙ୍କ ସମ୍ପତ୍ତି ମାମଲାକୁ ନେଇ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ସମାଇରା ଏବଂ କିୟାନ୍ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ଯେଉଁଥିରେ ସେମାନେ ୨୦୨୫ ମାର୍ଚ୍ଚ ୨୧ର ଇଚ୍ଛାପତ୍ରକୁ ସନ୍ଦେହଜନକ, ଏବଂ ନକଲି ବୋଲି ଉଲ୍ଲେଖ କରିଛନ୍ତି।
କରିସ୍ମା କପୁରଙ୍କ ପିଲାମାନେ ସାବତ ମା ପ୍ରିୟାଙ୍କ ବିରୋଧରେ ଠକେଇର ଅଭିଯୋଗ କରି ସଞ୍ଜୟ କପୁରଙ୍କ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତିରେ ୨୦-୨୦ ପ୍ରତିଶତ ଅଂଶ ଦାବି କରିଛନ୍ତି।ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତିକୁ ଫ୍ରିଜ୍ କରିବାକୁ ଦୁହେଁ ଅନୁରୋଧ କରିଛନ୍ତି।