ମୁମ୍ବାଇ: ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା।
ମୃତ୍ୟୁର ସାତ ଦିନ ପରେ ଗତଗୁରୁବାର ଦିଲ୍ଲୀରେ ସଞ୍ଜୟ କପୁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ତାଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର ତାଙ୍କ ଦୁଇ ସନ୍ତାନ, ଝିଅ ସମାଇରା ଏବଂ ପୁଅ କିୟାନଙ୍କ ସହିତ ଉପସ୍ଥିତ ଥିଲେ।
ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ ମଧ୍ୟ ପରିବାର ସହିତ ଉପସ୍ଥିତ ଥିଲେ। ତେବେ କରିସ୍ମା କପୁର ଏବଂ ସଞ୍ଜୟ କପୁରଙ୍କ ବିବାହର ଅନ୍ତ ଖୁବ ଯନ୍ତ୍ରଣାଦାୟକ ଥିଲା। ଏକଥା ପ୍ରାୟତଃ ସମସ୍ତେ ଜାଣିଛନ୍ତି।
ତେବେ କରିସ୍ମା ତାଙ୍କ ପୂର୍ବତନ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ଦିନଠାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏମିତି କି ସ୍ବାମୀଙ୍କ ଅନ୍ତିମ ସଂସ୍କାର ସମୟରେ ସେ ନିଜର କୋହକୁ ଅଟକାଇ ପାରି ନଥିଲେ। କରିନା ଓ ସୈଫ ଅଭିନେତ୍ରୀଙ୍କୁ ସମ୍ଭାଳିଥିଲେ। ଧୌର୍ଯ୍ୟ ଧରିବାକୁ ବୁଝାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/20/3dd8b59e-9f6a-47f1-b758-f2f836b5bef7-2025-06-20-16-43-01.jpg)