ମୁମ୍ବାଇ : ବଲିଉଡ଼୍ରେ ଦୁଇ ତାରକା ଭଉଣୀ ହେଲେ କରିସ୍ମା କପୁର-କରିନା କପୁର। ଏହି ଦୁଇ ଭଉଣୀ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବଲିଉଡ଼୍ର ଏହି ଚର୍ଚ୍ଚିତ ଭଉଣୀଙ୍କ ଯୋଡ଼ିଉଭୟେ ନାୟିକାଭାବେ ସଫଳତାର ଶୀର୍ଷରେ ପହଞ୍ଚଛନ୍ତି।ପ୍ରଖ୍ୟାତ କଳାକାର ଦଂପତି ରଣଧୀର କପୁର ଓ ବବିତାଙ୍କ ବଡ଼ ଝିଅ ହେଲେ କରିସ୍ମା ଓ ସାନ ଝିଅ କରିନା।
କରିସ୍ମା କପୁର ପ୍ରଖ୍ୟାତ ନିର୍ମାତା ଡ଼ି.ରାମାନାଇଡ଼ୁଙ୍କ ପ୍ରଯୋଜିତ ସୁପର୍ହିଟ୍ ଫିଲ୍ମ ‘ପ୍ରେମକୈଦୀ’ରୁ ବଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ।ଏହାପରେ ସେ ରାଜାବାବୁ,ସୁହାଗ୍ ହିରୋ ନମ୍ବର ଓ୍ଵାନ୍,କୁଲି ନମ୍ବରଓ୍ଵାନ୍ ଗୋପି କିଶନ୍ ସାଜନ୍ ଚଲେ ଶଶୁରାଲ୍ ,ରାଜା ହିନ୍ଦୁସ୍ତାନ,ହମ୍ ସାଥ୍ ସାଥ୍ ହେ,ଜିଗର୍ ଏବଂ ‘ ଦିଲ୍ ତୋ ପାଗଲ୍ ହେ’ ଭଳି ସୁପର୍ହିଟ୍ ଫିଲ୍ମରେ ନାୟିକା ସାଜି ଟପ୍ ହିରୋଇନ୍ର ମାନ୍ୟତା ପାଇଥିଲେ।ବିବାହ ପରେ ଅବଶ୍ୟ ସେ ଗ୍ଲାମର ଦୁନିଆଁରୁ ଦୂରେଇ ଯାଇ ପୁଣି ‘ଡ଼େଂଜର୍ସ ଇଶ୍କ’ ଜରିଆରେ ଲେଉଟିଥିଲେ।
/sambad/media/post_attachments/wp-content/uploads/2018/02/Kareena_Kapoor-upload.wikimedia.org_-205x300.jpg)
ଅନ୍ୟପକ୍ଷରେ କରିନା କପୁର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ଫିଲ୍ମ ‘ରିଫ୍ୟୁଜି’ ଜରିଆରେ ହିରୋଇନ୍ ଭାବେ ବଲିଉଡ଼୍ରେ ଡ଼େବ୍ୟୁ କରିଥିଲେ।ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ବଚ୍ଚନ ଥିଲେ ତାଙ୍କ ବିପକ୍ଷରେ।‘ରିଫ୍ୟୁଜି’ପରେ କରିନା ‘ଅଜ୍ନବୀ,କଭି ଖୁସି କଭି ଗମ୍,ରାଓ୍ଵନ୍,ବଡ଼ିଗାର୍ଡ଼,ଥ୍ରି-ଇଡ଼ିଅଟ୍ସ,ତଲାସ୍,ହଲ୍ଚଲ୍,ଜବ୍ ଉଇ ମେଟ୍,ଗୋଲ୍ମାଲ୍-୩ ଏବଂ ବଜରଙ୍ଗୀ ଭାଇଜାନ୍ ଭଳି ସୁପରହିଟ୍ ଫିଲ୍ମ ଦେଇ ଟପ୍ ହିରୋଇନ୍ ବନିଥିଲେ।ସେ ବଲିଉଡ଼୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିବା ପେର ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସଂପ୍ରତି କରିନାଙ୍କ ଅଭିନୀତ ନୂଆ ସିନେମା ‘ବୀର୍ ଦା ଓ୍ଵଡ଼ିଂ’ରିଲିଜ୍ ଅପେକ୍ଷାରେ ରହିଛି। ଏ ଦୁଇ ତାରକା ଭଉଣୀ କରିସ୍ମା ଓ କରିନାଙ୍କର ବଣ୍ଡିଂ ଖୁବ୍ ଷ୍ଟ୍ରଙ୍ଗ୍ ବୋଲି ମଧ୍ୟ ଚର୍ଚ୍ଚା ହୁଏ।