ସଂସ୍କାରୀ ନଥିଲେ କି ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର? ଏହି କାରଣରୁ ଭାଙ୍ଗିଥିଲା କି ଜୁନିୟର ବଚ୍ଚନ ଅଭିଷେକଙ୍କ ସହ ତାଙ୍କ ବିବାହ? ଏକ ସାକ୍ଷାତକାରରେ ଜୟା ବଚ୍ଚନ ଏନେଇ ଉତ୍ତର ରଖିଥିଲେ ଓ ବୋହୂ ଐଶ୍ବର୍ଯ୍ୟାଙ୍କ ସହ କରିସ୍ମାଙ୍କୁ ତୁଳନା ବି କରିଥିଲେ। ୨୦୦୮ ମସିହାରେ ପିପୁଲ୍ସ ମାଗାଜିନ୍‌କୁ ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏକ ସାକ୍ଷାତକାର ଦେଇ ନିଜ ପରିବାର ସହିତ ଜଡ଼ିତ ଅନେକ କଥାର ଖୁଲାସା କରିଥିଲେ।

Advertisment

ଜୟା କହିଥିଲେ ଯେ ପିଲାମାନଙ୍କ ଲାଳନପାଳନ ବେଳେ ସେମାନଙ୍କୁ ଉଚିତ ସଂସ୍କାର ଦେବା ନେଇ ଧ୍ୟାନ ଦିଆଯିବା ଉଚିତ। ଏହାପରେ ଜୟାଙ୍କୁ ପଚରା ଯାଇଥିଲା, କ’ଣ ଏଥିପାଇଁ ଅଭିଷେକ ଓ କରିସ୍ମାଙ୍କ ବିବାହ ଭାଙ୍ଗି ଯାଇଥିଲା? ଏହି ପ୍ରଶ୍ନ ଶୁଣିବା ପରେ ଜୟା ବହୁ ସମୟ ଚୁପ୍‌ ରହିବା ପରେ କହିଥିଲେ, କରିସ୍ମାଙ୍କ ଦେହରେ କପୁର ବଂଶର ରକ୍ତ ପ୍ରବାହିତ। କରିସ୍ମାଙ୍କ ପିତା ମୋର ଜଣେ ଭଲ ବନ୍ଧୁ। ମୋ ସ୍ୱାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ। ଏଭଳି ପରିସ୍ଥିତିରେ ଆମେ କାହାର ପରିବାରକୁ ଦୋଷ ଦେବା ଉଚିତ ନୁହେଁ।

ଏହା ପରେ ଜୟାଙ୍କୁ ପଚରା ଯାଇଥିଲା, ସେ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କଠାରେ ମଧ୍ୟ ସଂସ୍କାର ଦେଖନ୍ତି କି? ଏହାର ଉତ୍ତରରେ ଜୟା, ଐଶ୍ବର୍ଯ୍ୟାଙ୍କ ଖୁବ୍‌ ପ୍ରଶଂସା କରିବା ସହ କହିଥିଲେ, ମୁଁ ଚାହୁଥିଲି, ମୋ ପୁଅ ପାଇଁ ଜଣେ ସଂସ୍କାରୀ ବୋହୂ ଆଣିବାକୁ। ମୁଁ ଏମିତି ଏକ ଝିଅର ସନ୍ଧାନରେ ଥିଲି, ଯାହା ପାଖରେ ଭାରତୀୟ ପରମ୍ପରା ଓ ସଂସ୍କାର ରହିଥିବ।