କେଜିଏଫ୍ ଚାପ୍ଟର-୨ରେ ସଞ୍ଜୟ ଦତ୍ତ ଅଭିନୟ କରିବା ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଆଗ୍ରହ୍ୟ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏହି ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସଞ୍ଜୟ, ମୁମ୍ବାଇ ବୋମା ବିସ୍ଫୋରଣରେ ସଂପୃକ୍ତ ରହିଥିବା ବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୁଲିସ ହାତରେ ଧରାପଡ଼ିଥିଲେ। ଏଭଳି ମାମଲାରେ ସଂପୃକ୍ତ ଲୋକ କେଜିଏଫ୍ ଭଳି ଚଳଚ୍ଚିତ୍ର କରିବା ବିରୋଧରେ ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଅଗ୍ରାହ୍ୟ କରିଛନ୍ତି, କୌଣସି ଅଭିନେତାଙ୍କୁ ଚଳଚ୍ଚିତ୍ରରେ କାମ କରିବାରୁ ଆମେ ବଞ୍ଚିତ କରିବାର ଆଇନ ନାହିଁ ବୋଲି କୋର୍ଟ କରିଛନ୍ତି। ଅନ୍ୟପକ୍ଷେ ସଞ୍ଜୁ ବାବା ଫୁସ୍ଫୁସ୍ କର୍କଟରେ ପୀଡ଼ିତ ହେବା ପରେ ଚଳଚ୍ଚିତ୍ରର ସୁଟିଂ ଏବେ ବନ୍ଦ ରହିଛି।
ସଞ୍ଜୁଙ୍କ ବିରୋଧରେ ମାମଲାକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ
/sambad/media/post_attachments/wp-content/uploads/2020/08/sanjay-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)