ନୂଆଦିଲ୍ଲୀ: ରାଜସ୍ଥାନର କର୍ଣ୍ଣି ସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ ସେମାନେ ଚଳଚ୍ଚିତ୍ର ‘ପଦ୍ମାବତ୍‌’କୁ ନେଇ କୌଣସି ସାଲିସ୍‌ କରିବେ ନାହିଁ। ଏଥିପାଇଁ ସଞ୍ଜୟଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଯେଉଁଦିନ ମୁକ୍ତିଲାଭ କରିବ ସେଦିନ ‘ଜନତା କର୍ଫ୍ୟୁ’ ଜାରି ହେବ।

Advertisment

ଚଳଚ୍ଚିତ୍ରକୁ ବିରୋଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା କର୍ଣ୍ଣି ସେନାର ମୁଖ୍ୟ ଲୋକେନ୍ଦ୍ର ସିଂହ କାଲ୍‌ଭି ଗଣମାଧ୍ୟମରେ କହିଛନ୍ତି, ‘ସେ ସମୟରେ ଆମେ ମାତ୍ର ଗୋଟାଏ କଥା ଉପରେ ନିଶ୍ଚିତ ହେବାକୁ ଚାହୁଁଥିଲୁ ଯେ ଚଳଚ୍ଚିତ୍ରରେ ରାଜା ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀ ଏବଂ ରାଣୀ ପଦ୍ମାବତୀଙ୍କ ମଧ୍ୟରେ ସେପରି କିଛି ସଂପର୍କ ନାହିଁ ବୋଲି। ସେ ସମୟରେ ଆମେ ସହଯୋଗ କରିଥାନ୍ତୁ। ମାତ୍ର ଏବେ ସାଲିସ୍‌ କରିବାର କୌଣସି ସମ୍ଭାବନା ନାହିଁ।’

publive-image

ଚଳଚ୍ଚିତ୍ରର ଅନ୍ୟତମ ମୁଖ୍ୟ ଅଭିନେତା ରଣବୀର ସିଂହ ୨୦୧୬ ମସିହା ଜୁଲାଇରେ ଏକ ସାକ୍ଷାତକାରରେ ଦେଇଥିବା ବିବାଦୀୟ ବୟାନ୍‌ ହେତୁ ଚଳଚ୍ଚିତ୍ରକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ରଣବୀରଙ୍କୁ ଆଲ୍ଲାଉଦ୍ଦିନ୍ ଚରିତ୍ର ବାବଦରେ ପ୍ରଶ୍ନ ପଚରାଯାଇଥିଲା। ସେ ଉତ୍ତର ଦେଇଥିଲେ ଯଦି ‘ଦୀପିକାଙ୍କ ପରି ଅଭିନେତ୍ରୀଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ କରିବାର ସୁଯୋଗ ମିଳେ ତେବେ ସବୁ କିଛି ଗ୍ରହଣୀୟ। ତାଙ୍କର ଏହି ବୟାନ ଏହା ସୂଚାଉ ଥିଲା ଯେ ଚଳଚ୍ଚିତ୍ରରେ ଆଲ୍ଲାଉଦ୍ଦିନଙ୍କ ଭୂମିକାରେ ଅଭିନୟ କରିଥିବା ରଣବୀର ଏବଂ ରାଣୀ ପଦ୍ମିନୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଦୀପିକାଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି। ଏହା ବିବାଦ ପରିସର ଭିତରକୁ ସାରା କ୍ରିୟୁ ମେମ୍ବରଙ୍କୁ ଟାଣି ଆଣିଥିଲା।

publive-image

ଏହାପରେ କର୍ଣ୍ଣି ସେନା ପକ୍ଷରୁ ସୁଟିଂ ସେଟ୍‌ରେ ଚଳଚ୍ଚିତ୍ର ନିର୍ମାତା ଭଂସାଲିଙ୍କୁ ଆକ୍ରମଣ କରାଯାଇଥିଲା। ତା’ପରେ ଏହି ଚଳଚ୍ଚିତ୍ରକୁ ନେଇ ଦିନକୁ ଦିନ ବିବାଦ ବଢ଼ିଥିଲା ପଛେ ଥମିବାର ନାଁ ଧରିନଥିଲା।

ଶେଷରେ ନିକଟ ଅତୀତରେ ଚଳଚ୍ଚିତ୍ରକୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ଐତିହାସିକ ଏବଂ ରାଜସ୍ଥାନର ରାଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲେ। ଏଥିରେ ଚଳଚ୍ଚିତ୍ରରେ ୫ଟି ପରିବର୍ତ୍ତନ କରିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ୩ଟି ଥିଲା ଚଳଚ୍ଚିତ୍ରଟି ଐତିହାସିକ ନୁହେଁ ବୋଲି ସୂଚନା ଦେବା, ଚଳଚ୍ଚିତ୍ରର ନାମ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ କରିବା, ଚଳଚ୍ଚିତ୍ରରେ ରହିଥିବା ‘ଘୁମର୍‌’ ନୃତ୍ୟକୁ ସଜାଡ଼ିବା। ଦିଲ୍ଲୀ, ଚିତୋରଗଡ଼ ଓ ମେଓ୍ଵାରରେ ସୁଟିଂ ହୋଇଥିବା ଦୃଶ୍ୟ କାଟିବା ପାଇଁ ମଧ୍ୟ ସେନ୍‌ସର୍‌ ବୋର୍ଡ ପରାମର୍ଶ ଦେଇଥିଲେ।

publive-image

ମାତ୍ର ସେନସର୍‌ ପକ୍ଷରୁ ଗଠିତ ହୋଇଥିବା ଏହି ପ୍ୟାନେଲ୍‌କୁ ନାପସନ୍ଦ କରି କାଲ୍‌ଭି ପ୍ରଶ୍ନ କରିଛନ୍ତି, ‘ପ୍ୟାନେଲ୍‌ରେ ୯ ଜଣ ରହିବେ ବୋଲି କୁହାଯାଇଥିବା ବେଳେ କାହିଁକି ଏଠାରେ କେବଳ ୩ ଜଣ ଉପସ୍ଥିତ ଥିଲେ?’

ସେ ଆହୁରି ବି କହିଛନ୍ତି କି ରାଜସ୍ଥାନ ଏବଂ ହମାଚଳ ପ୍ରଦେଶ ସରକାର ଯେତେବେଳେ ଚଳଚ୍ଚିତ୍ର ରିଲିଜ୍‌ ହୋଇପାରିବ ନାହିଁ ବୋଲି କହିସାରିଛନ୍ତି ଆମର ଆଶା ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଅନୁକରଣ କରିବେ। କାଲ୍‌ଭି କହିଛନ୍ତି କି ‘ମୁଁ ବିଶ୍ୱାସ କରେ ଯେ ତେଲେଙ୍ଗାନା, କର୍ଣ୍ଣାଟକ, ଉତ୍ତରଖଣ୍ଡ ଓ ଛତିଶଗଡ଼ ମଧ୍ୟ ଖୁବ୍‌ ଶୀଘ୍ର ରିଲିଜ୍‌ ବିରୋଧରେ ଘୋଷଣା କରିବେ।’