ଜୟପୁର: ନାନା ବାଦ ବିବାଦ ପରେ ଶେଷର ‘ପଦ୍ମାବଦ୍‌’ ଚଳଚ୍ଚିତ୍ରକୁ ଦେଖିବାକୁ ହଁ ଭରିଛି ରାଜସ୍ଥାନର କର୍ଣ୍ଣି ସେନା। ଆସନ୍ତା ୨୫ ତାରିଖରେ ରିଲିଜ୍‌ ହେବାକୁ ଥିବା ‘ପଦ୍ମାବଦ୍‌’କୁ ରିଲିଜ୍‌ ପୂର୍ବରୁ ଥରେ ଦେଖିବାକୁ କର୍ଣ୍ଣି ସେନା ନିଜର ଆଗ୍ରହ ପ୍ରକାଶ କରିଛି। କର୍ଣ୍ଣିସେନାର ମୁଖ୍ୟ ଲୋକେନ୍ଦ୍ର ସିଂହ କାଲ୍‌ଭି ପୂର୍ବରୁ କହିଥିଲେ ଯେ ସେ କୌଣସି ବି ପରିସ୍ଥିତିରେ ବି ସେ ଚଳଚ୍ଚିତ୍ରଟିକୁ ରିଲିଜ୍‌ ହେବାକୁ ଦେବେ ନାହିଁ। ମାତ୍ର ଏବେ ସେ ନିଜର ମତ ବଦଳାଇ ତାଙ୍କ ଦଳର ସଦସ୍ୟଙ୍କ ସହ ଚଳଚ୍ଚିତ୍ରଟିକୁ ଦେଖିବା ପରେ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି।

Advertisment

publive-image

ସେ ଏ ସଂପର୍କରେ କହିଛନ୍ତି ଯେ, ‘ଆମେ ଚଳଚ୍ଚିତ୍ରଟିକୁ ଥରେ ଦେଖୁ ବୋଲି ଚଳଚ୍ଚିତ୍ର ନିର୍ମାତା ଏକ ଚିଠି ଦେଇଛନ୍ତି। ହୁଏତ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀ ଭାବୁଥିବେ ଆମେ ସବୁ କିଛି ଭୁଲିଯାଇଛୁ। ମାତ୍ର ଆମେ କେବଳ ତାଙ୍କ କଥାକୁ ସମ୍ମାନ ଦେଇ ଚଳଚ୍ଚିତ୍ର ଦେଖିବୁ। ଆମେ ଚଳଚ୍ଚିତ୍ର ଦେଖିବା ପାଇଁ ଏବେ ପ୍ରସ୍ତୁତ। ଦେଶର ସବୁ ସିନେମା ହଲ୍‌ରେ ଚଳଚ୍ଚିତ୍ରରି ଦୃଶ୍ୟମାନ ହେବ କି ନାହିଁ ସେ ନିଷ୍ପତ୍ତି କର୍ଣ୍ଣି ସେନାର। ସେନ୍‌ସର୍‌ ବୋର୍ଡ ନିକଟରେ ୬ ଜଣଙ୍କ ନାମ କହି ମାତ୍ର ୩ ଜଣଙ୍କୁ ଚଳଚ୍ଚିତ୍ରଟିକୁ ଦେଖାଇବା ପରେ ନିଷ୍ପତ୍ତି ଶୁଣାଇଥିଲେ। ଆମେ ଚାହୁଁଛୁ ଆମ କର୍ଣ୍ଣି ସେନା ସଦସ୍ୟଙ୍କ ବ୍ୟତୀତ କିଛି ସାମ୍ବାଦିକମାନଙ୍କ ସହ ମିଶି ସେହି ୬ ଜଣ ଯାକ ଚଳଚ୍ଚିତ୍ରଟିକୁ ଦେଖନ୍ତୁ। ଚଳଚ୍ଚିତ୍ର ଦେଖିବା ପରେ ଆମେ ଯାହା ନିଷ୍ପତ୍ତି ନେବୁ ତାହାକୁ ନିର୍ମାତା ମାନିବା ଉଚିତ।