ମୁମ୍ବାଇ: ଖୁବଶୀଘ୍ର ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ। କାର୍ତ୍ତିକ ଆଗାମୀ ଦିନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ ।
ତେବେ କାର୍ତ୍ତିକ ପ୍ରାୟତଃ ତାଙ୍କ ଲାଭଲାଇଫକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କିଛିଦିନ ହେବ ତାଙ୍କ ନାମକୁ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହିତ ଯୋଡ଼ା ଯାଉଛି। ଦୁହେଁ ଏକାଠି ସିନେମା ‘ ଆଶିକି-୨’ ପାଇଁ କାମ କରୁଛନ୍ତି।
ଶ୍ରୀଲୀଲାଙ୍କ ସହିତ ନାମ ଯୋଡ଼ା ଯିବା ପ୍ରସଙ୍ଗରେ ମୁହଁ ଖୋଲି କାର୍ତ୍ତିକ କହିଛନ୍ତି, ‘ଆପଣମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଚାହିଁବିକି ମୁଁ ବର୍ତ୍ତମାନ ସିଙ୍ଗଲ ଅଛି। କାହା ସହିତ ଡେଟିଂରେ ଯାଉନାହିଁ କି ଡେଟ କରୁନାହିଁ।
ସମୟ ସହିତ ଏଭଳି ଗୁଜବ ଖବର ସହିତ କିପରି ବଞ୍ଚିବାକୁ ହେବ ତାହା ଶଖିଗଲିଣି। ଏଭଳି ପରିସ୍ଥିତିରେ ନିଜକୁ ଖୁବ ସାବଧାନତା ସହିତ ଉପସ୍ଥାପିତ କରିବାକୁ ହେବ ବୋଲି ଜାଣିଗଲିଣି।’
କାର୍ତ୍ତିକଙ୍କ ଆଗାମୀ ସିନେମାର ନାମ ‘ତୁ ମେରି ମେ ତେରା, ମେ ତେରା ତୁ ମେରି’ ରହିଛି। ଏହି ସିନେମାରେ ତାଙ୍କ ସହିତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ। ଯାହାକୁ ୨୦୨୬ରେ ରିଲିଜ କରିବାର ଯୋଜନା ରଖାଯାଇଛି।
କିଛି ଦିନ ତଳେ ‘ ଆଶିକି-୨’ ଫିଲ୍ମର ଗୋଟେ ଝଲକ ଦର୍ଶକ ଦେଖିବାକୁ ପାଇଥିଲେ। ସେବେଠାରୁ କାର୍ତ୍ତିକ ଓ ଶ୍ରୀଲୀଲା ଚର୍ଚ୍ଚାରେ ରହିଛନ୍ତି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଫିଲ୍ମ ଆସିବା ପୂର୍ବରୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
ଏହି ଚର୍ଚ୍ଚା ମଧ୍ୟରେ କାର୍ତ୍ତିକ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀଲୀଲାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଉଭୟ ଏକ ବଗିଚାରେ ବସିଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ସେୟାର କରି କାର୍ତ୍ତିକ କ୍ୟାପସନରେ ଲେଖିଥିଲେ, "ତୁମେ ମୋ ଜୀବନ।"
ଏହାପର ଠାରୁ କାର୍ତ୍ତିକ ଓ ଶ୍ରୀଲୀଲାଙ୍କ ମଧ୍ୟରେ ନିଶ୍ଚୟ ପ୍ରେମର ସମ୍ପର୍କଟିଏ ଗଢ଼ି ଉଠିଛି ବୋଲି ଲୋକେ ଚର୍ଚ୍ଚା କରୁଥିଲେ। ଏସବୁ ଚର୍ଚ୍ଚା ଉପରେ ମୋହର ଲଗାଇ ଦେଇଛନ୍ତି କାର୍ତ୍ତିକ।