ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଏହି କଥା ଶୁଣି ସାରାଙ୍କୁ ଡେଟ୍‌ କରିବାର ସାହସ କରୁ ନାହାନ୍ତି କାର୍ତ୍ତିକ୍‌, ଏହି କାମରେ ସଫଳ ହେବା ପରେ ସାରାଙ୍କୁ କରିବେ ଡେଟ୍‌

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କଫି ଉଇଥ୍‌ କରଣକୁ ଆସି ସାରା କାର୍ତ୍ତିକ୍‌ ତାଙ୍କର କ୍ରସ ବୋଲି କହିବା ପରେ ଦୁହିଁଙ୍କ ସଂପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ସାରା କାର୍ତ୍ତିକ୍‌ଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଦୁହେଁ ଏହି ଚର୍ଚ୍ଚାକୁ ମିଛ ବୋଲି କହିଥିଲେ । ତେବେ କାର୍ତ୍ତିକ୍‌ କରଣଙ୍କ ଚାଟ୍‌ ସୋ’ କଫି ଉଇଥ୍‌ କରଣରେ ପହଞ୍ଚିବା ପରେ କରଣ ତାଙ୍କୁ ସାରାଙ୍କୁ କ’ଣ ପାଇଁ ଡେଟ୍‌ କରୁ ନାହଁ ବୋଲି ପଚାରି ଦେଇଥିଲେ । ଯାହାର ଉତ୍ତରରେ କାର୍ତ୍ତିକ୍‌ ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସାରାଙ୍କ ପ୍ରସ୍ତାବ ପରେ କଫି ଡେଟ୍‌ରେ ଏତେ ବିଳମ୍ବ କାହିଁକି ବୋଲି କରଣ ପଚାରିବା ପରେ ମୁଁ ଏବେ ଟଙ୍କା ଆୟ କରିବାକୁ ଚେଷ୍ଟା କରୁଛି । ଏହା ପଛର କାରଣ ହେଉଛନ୍ତି ସୈଫ୍‌ ସାର୍‌ । ସୋ’କୁ ସୈଫ୍‌ ସାର୍‌ ଆସିଥିବା ବେଳେ ସେ ପଚାରିଥିଲେ ,ତାଙ୍କ ପାଖରେ ଟଙ୍କା ଅଛି ତ? ସାରା ହେଉଛନ୍ତି ଜଣେ ରାଣୀ । ସାରାଙ୍କୁ ଡେଟ୍‌ କରିବା ପାଇଁ ହେଲେ ବ୍ୟାଙ୍କ ବାଲାନ୍ସ ରହିବା ଦରକାର । ଯେତେବେଳେ ମୋ ପାଖରେ ବ୍ୟାଙ୍କ ବାଲାନ୍ସ ଥିବ ମୁଁ ସାରାଙ୍କୁ ଡେଟ୍‌ରେ ଯିବା ପାଇଁ ନିଶ୍ଚୟ କହିବି ବୋଲି କହିଥିଲେ କାର୍ତ୍ତିକ୍‌ ।

ସମ୍ବନ୍ଧିତ ଖବର