‘ଡ୍ୟାନ୍ସ ଦିୱାନେ ୪’ ମଞ୍ଚରେ ଆର୍ଯନଙ୍କ ଦୁଇବର୍ଷର ଉପବାସ ଭାଙ୍ଗିଲେ ମାଧୁରୀ

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଦିୱାନେ’ର ଶେଷ ପର୍ଯ୍ୟାୟରେ ପହଞ୍ଚି କେନ୍ଦୁଝରର ଝିଅ ଚିରଶ୍ରୀ ସାଗରିକା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।  ଏହି କ୍ରମରେ ଦେଖିବାକୁ ଗଲେ ‘ଡ୍ୟାନ୍ସ ଦିୱାନେ ୪’ର ବି‌ଜେତା କିଏ ହେବ ତାହା ମଇ ୨୫ ତାରିଖରେ ଜଣାପଡ଼ିବ। ସୋ’ର ଶେଷ ଅଧ୍ୟାୟରେ ଅଭିନେତା କାର୍ତ୍ତିକ ଆର୍ଯନ ଅତିଥି ଭାବେ ଯୋଗ ଦେଇଥିବା ଭାଇରାଲ ହୋଇଥିବ‌ା ଭିଡିଓରେ ଦେଖିବାକୁ ମିଳୁଛି।

ଆର୍ଯନ ତାଙ୍କ ଅଭିନୀତ ସିନେମା ‘ଚନ୍ଦୁ ଚମ୍ପିୟନ’ର ପ୍ରମୋସନ କରିବାକୁ ‘ଡ୍ୟାନ୍ସ ଦିୱାନେ ୪’ ‌ସୋ’କୁ ଆସିଥିଲେ। ମଞ୍ଚରେ ଆର୍ଯନ ମାଧୁରୀ ଦୀକ୍ଷିତଙ୍କ ସହିତ ରୋମାଣ୍ଟିକ ନୃତ୍ୟ ବି କରିଥିଲେ।  ଦୁହିଁଙ୍କ କେମେଷ୍ଟ୍ରି ଦେଖି ‘ଡ୍ୟାନ୍ସ ଦିୱାନେ ୪’ ମଞ୍ଚ ତଳେ ଉପସ୍ଥିତ ଥିବା ପ୍ରତିଯୋଗୀ ଓ ଦର୍ଶକ ଖୁବ ଖୁସି ହୋଇ ଯାଇଥିଲେ।

ଏହି ସୋ’ରେ ଆଉ ଏକ ଘଟଣା ଘଟିଥିଲା। ଆର୍ଯନଙ୍କ ଦୁଇବର୍ଷର ଉପବାସ ମାଧୁରୀ ତାଙ୍କ ହାତରେ ଭାଙ୍ଗି ଥିଲେ। କାରଣ ଆର୍ଯନ ‘ଚନ୍ଦୁ ଚମ୍ପିୟନ’ରେ ଫିଟ ଦେଖାଯିବା ପାଇଁ ଖୁବ ପରିଶ୍ରମ କରିଛନ୍ତି।

ଏଥିପାଇଁ ସେ ଦୁଇବର୍ଷ ହେବ ମିଠା ଛାଡ଼ି ଦେଇଥିଲେ। ଦୁଇବର୍ଷ ପରେ ‘ଡ୍ୟାନ୍ସ ଦିୱାନେ ୪’ ମଞ୍ଚରେ ମାଧୁରୀ ଆର୍ଯନଙ୍କୁ ମିଠା ଖୁଆଇ ତାଙ୍କର ନୋ ସୁଗାର ଉପବାସକୁ ଭାଙ୍ଗି ଥିଲେ। ଅଭିନେତା ବି ଖୁବ ଖୁସିରେ ଧକଧକ ଗାର୍ଲଙ୍କ ଠାରୁ ମିଠା ଖାଇଥିଲେ।

ସମ୍ବନ୍ଧିତ ଖବର