କ୍ୟାଟ୍ରିନାଙ୍କ ପିଲାର ବାପା ହେବାକୁ ଚାହୁଁଛନ୍ତି ବଲିଉଡର ଏହି ଚକୋଲେଟ୍‌ ବଏ!

ମୁମ୍ବାଇ : ବଲିଉଡ୍‌ର ହଟ୍‌ ନାୟିକା କ୍ୟାଟ୍ରିନା କୈଫ୍‌ଙ୍କ ଜଲ୍‌ଓ୍ଵା ସମସ୍ତଙ୍କ ଉପରେ ଯାଦୁ କରି ପାରିଛି । ତାଙ୍କର ହଟ୍‌ ଅନ୍ଦାଜ ଏବଂ ଡ଼୍ୟାନ୍ସ ପାଇଁ ସମସ୍ତଙ୍କ ପାଖରେ ସେ ଲୋକପ୍ରିୟ । ସାଧାରଣ ଲୋକଙ୍କ ସମେତ ବଲିଉଡ୍‌ର କଳାକାରମାନେ ମଧ୍ୟ ତାଙ୍କ ପାଇଁ ଦିଓ୍ଵାନା । ପ୍ୟାର୍‌କା ପଞ୍ଚନାମା ଏବଂ ସୋନୁକି ଟିଟୁ କି ସ୍ୱିଟି ଭଳି ହିଟ୍‌ ଫିଲ୍ମ ଦେଇଥିବା ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ କ୍ୟାଟ୍ରିନାଙ୍କ ପାଇଁ ପାଗଳ ବୋଲି ଜଣାପଡ଼ିଛି । ଖାଲି ସେତିକି ନୁହେଁ, ସେ କ୍ୟାଟ୍ରିନାଙ୍କ ପିଲାର ବାପା ହେବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି । ଏକ ସାକ୍ଷାତକାରରେ ସେ କାହା ପିଲାର ବାପା ହେବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା ।

Pinkvilla

ଯାହାର ଉତ୍ତରରେ ସେ ଟିକେ ବି ସମୟ ନଷ୍ଟ ନ କରି କାଟ୍ରିନାଙ୍କ ନାଁ ନେଇଥିଲେ । କ୍ୟାଟ୍ରିନାଙ୍କ କଥା କହିବାର ଶୈଳୀ କାର୍ତ୍ତିକ୍‌ଙ୍କ ଖୁବ୍‌ ପସନ୍ଦ । ତେଣୁ ସେ ଏପରି ଚାହୁଁଥିବା କହିଛନ୍ତି । କାର୍ତ୍ତିକ୍‌ଙ୍କୁ ଶେଷ ଥର ପାଇଁ ସୋନ୍‌କି ଟିଟୁ କି ସ୍ୱିଟି ଫିଲ୍ମରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର