ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ୟନ ଦକ୍ଷିଣ ଅଭିନେତ୍ରୀ ଶ୍ରୀଲୀଳାଙ୍କ ସହ ଅନୁରାଗ ବସୁଙ୍କ ନୂତନ ରୋମାଣ୍ଟିକ ଥ୍ରୀଲର  ସୁଟିଂରେ  ବ୍ୟସ୍ତ ଅଛନ୍ତି। ସମ୍ପ୍ରତି କାର୍ତ୍ତିକ ଆର୍ୟନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଯେଉଁଥିରେ ତାଙ୍କ ହାତରେ ଆଘାତ ଲାଗିଥିବା ‌ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ହାତରେ ଆଘାତ ଲାଗିବା ସତ୍ତ୍ୱେ, କାର୍ତ୍ତିକ ଆର୍ଯ୍ୟନ ଶ୍ରୀଲୀଲାଙ୍କ ସହିତ ସୁଟିଂ ଜାରି ରଖିଛନ୍ତି।

Advertisment

କାର୍ତ୍ତିକଙ୍କ ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। କେହିକେହି ଫଟୋରେ ଆଘାତ ସହିତ କାର୍ତ୍ତିକଙ୍କ ମୁଖମଣ୍ଡଳରେ ଥିବା ହସ ପାଇଁ ଆଶ୍ବସ୍ତି ହୋଇଛନ୍ତି। ଏଥିରୁ ଅନୁମାନ କରାଯାଉଛି କି କାର୍ତ୍ତିକଙ୍କ ହାତରେ ଲାଗିଥିବା ଆଘାତ ଗୁରୁତର ନୁହେଁ। ସେ ଖୁବଶୀଘ୍ର ଏହି ଆଘାତ ମୁକ୍ତି ପାଇଯିବେ ବୋଲି ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଇ କହିଛନ୍ତି।

Kartik Aaryan Injured on Set

ସୁଟିଂ କରୁଥିବା ସମୟରେ କାର୍ତ୍ତିକଙ୍କ ହାତରେ ଏହି ଆଘାତ ଲାଗିଥିବା କୁହାଯାଉଛି। ସୁଟିଂ ପାଇଁ ସିଲିଗୁଡ଼ିର ଏକ ହୋଟେଲରେ ପହଞ୍ଚିବା ପରେ  କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଳାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ କାର୍ତ୍ତିକଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କ ହାତରେ ଲାଗିଥିବା ଆଘାତରେ ପଟ୍ଟି ବନ୍ଧା ଥିବା ସମସ୍ତେ ଦେଖିବାକୁ ପାଇଥିଲେ।