ବଲିଉଡ୍‌ ଇଭେଣ୍ଟକୁ ଆସିଥିବା ବେଳେ ବାପା-ମା’ଙ୍କଠାରୁ ଅଲଗା ହୋଇଯାଇଥିଲା ଶିଶୁ ! ଅଭିନେତା କାର୍ତ୍ତିକ ଆର୍ୟନ ତା’ପରେ କ’ଣ କଲେ ଜାଣନ୍ତୁ

ମୁମ୍ବାଇ : ଅଭିନେତା କାର୍ତ୍ତିକ ଆର୍ୟନ ଏବେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟ୍ଟୀ’ର ସଫଳତା ପରେ ଏବେ ସେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଫିଲ୍ମ କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏବେ ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଇଭେଣ୍ଟରେ କରିଥିବା କାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ମୁତାବକ,ଡ଼ିସେମ୍ବର ୧୩ରେ ନିକେଲୋଡିୟନ କିଡ଼୍‍ସ ଚଏସ୍‌ ଆଓ୍ଵାର୍ଡ଼ ଅନୁଷ୍ଠିତ ହୋଇଥିଲା । ଏହାର ହୋଷ୍ଟ କାର୍ତ୍ତିକ ଆର୍ୟନ ଥିବା ବେଳେ ଏହି ଇଭେଣ୍ଟରେ ଛୋଟ ଛୋଟ ପିଲାମାନଙ୍କୁ ନିଜ ନିଜ ପସନ୍ଦର କାଳାକାର ଏବଂ ଫିଲ୍ମ ବାଛିବା ପାଇଁ କୁହାଯାଇଥିଲା । ଏଥିପାଇଁ ଇଭେଣ୍ଟରେ ଅନେକ ଛୋଟ ଛୋଟ ପିଲା ନିଜ ନିଜ ମାତା-ପିତାଙ୍କ ସହ ଆସିଥିବା ବେଳେ ଜଣେ ପିଲାଟି ଭୁଲବଶତଃ ନିଜ ମାତା-ପିତାଙ୍କଠାରୁ ଅଲଗା ହୋଇ ଯାଇଥିଲା । ଷ୍ଟେଜ୍‌ ପଛରେ ବୁଲୁଥିବା ବେଳେ କାର୍ତ୍ତିକ ପିଲାଟିକୁ ଦେଖି ସବୁ ଜାଣି ପାରିଥିଲେ ।

SKJ Bollywood News

ପରେ ପିଲାଟି ଠାରୁ ସବୁ ଜାଣି କାର୍ତ୍ତିକ ଷ୍ଟେଜ୍‌ ଉପରକୁ ଯାଇ ପିଲାଟିର ନାଁ ଘୋଷଣା କରିବା ସହ ମାତା-ପିତାଙ୍କୁ ଷ୍ଟେଜ୍‌ ପଛକୁ ଆସିବା ପାଇଁ କହିଥିଲେ । ଖାଲି ସେତିକି ନୁହେଁ, ମାତା-ପିତା ଆସିବା ପରେ ସେମାନେ ଅସଲ ମାତା-ପିତା କି ନାହିଁ ତାହାର ତଦନ୍ତ କରିବା ପରେ ହିଁ ପିଲାଟିକୁ ସେମାନଙ୍କ ହାତରେ ଦେଇଥିଲେ କାର୍ତ୍ତିକ । ତାଙ୍କର ଏଭଳି କାମର ଖବର ଚାରି ଆଡ଼େ ପ୍ରଚାରିତ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତେ ତାଙ୍କର ଏଭଳି କାମକୁ ନେଇ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର