ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌

ମୁମ୍ବାଇ : ବଲିଉଡ୍‌ରେ ବିବାହର ଋତୁ ଚାଲିଥିବା ବେଳେ କିଛି କଳାକାରଙ୍କର ଡ଼େଟିଂର ଖବର ମଧ୍ୟ ସାମ୍ନାକୁ ଆସୁଛି । କିଛି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ କିଛି ବିବାହ କରିବାକୁ ଯାଉଛନ୍ତି । ତେବେ ଏ ସବୁ ମଧ୍ୟରେ ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟ୍ଟି’ର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ନବାଗତାଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଥିବା ଜଣାପଡ଼ିଛି ।

‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ରେ ବଲିଉଡ୍‌ରେ ଡ଼େବ୍ୟୁ କରିବାକୁ ଯାଉଥିବା ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ କାର୍ତ୍ତିକ୍‌ ଡ଼େଟ୍‌ କରୁଥିବା ଶୁଣାଯାଉଛି । ପୂର୍ବରୁ ଦୁହିଁଙ୍କୁ ଡ଼ିନର ଡ଼େଟ୍‌ରେ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏ ନେଇ କାର୍ତ୍ତିକଙ୍କୁ ଏକ ସାକ୍ଷାତକାରରେ ଖବର ପଛର ସତ୍ୟତା ପଚରାଯିବା ପରେ ସେ ଏହି କଥାକୁ କେବଳ ଏକ ଚର୍ଚ୍ଚା ବୋଲି କହିଥିଲେ । ଏହି ଖବର କୌଣସି ସତ୍ୟତା ନ ଥିବା ସେ ଜଣାଇଥିଲେ ।

Mumbai Live

ତାଙ୍କ କହିବା ଅନୁଯାୟୀ, ଆଜିକାଲି ଯଦି କେହି ସାଥୀରେ ଡ଼ିନର ବା ଲଞ୍ଚ କରିବାକୁ ଯାଉଛି,ଲୋକେ ତାକୁ ଅନ୍ୟ କିଛି ଭାବୁଛନ୍ତି । ମୋର ଏବଂ ଅନନ୍ୟାଙ୍କ ମଧ୍ୟରେ ସେମିତି କିଛି ବି ନାହିଁ । ଆମେ ଦୁହେଁ କେବଳ ଭଲ ସାଙ୍ଗ ବୋଲି ଉତ୍ତର ରଖିଥିଲେ କାର୍ତ୍ତିକ ।

ସମ୍ବନ୍ଧିତ ଖବର