ପ୍ରେମିକଙ୍କୁ ଭେଟିବାକୁ ଲକ୍ଷ୍ନୌରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ , ଜାଣନ୍ତୁ କିଏ ଏହି ବ୍ୟକ୍ତି

ମୁମ୍ବାଇ:ବର୍ତ୍ତମାନ ବଲିଉଡରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ପ୍ରେମକାହାଣୀ ଚର୍ଚ୍ଚାର କାରଣ ପାଲଟିଛି। କାରଣ ଏହି ଯୋଡ଼ି ସାରା-କାର୍ତ୍ତିକଙ୍କ ଫିଲ୍ମର ସୁଟିଂ ସାରିଥିବାବେଳେ ଅଭିନେତ୍ରୀ ସାରା ଏବେ ବୟଫ୍ରେଣ୍ଡ୍‌ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ ଭେଟିବାକୁ ଯାଇ ଲକ୍ଷ୍ନୌରେ ପହଞ୍ଚିଛନ୍ତି।
ସୂଚନା ଅନୁସାରେ,ଅଭିନେତା କାର୍ତ୍ତିକ ନିର୍ମାତା ଇମ୍‌ତିୟାଜ୍‌ ଅଲୀଙ୍କ ଫିଲ୍ମର ସୁଟିଂକୁ ଶେଷ କରିବା ପରେ ଏବେ ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍‌ ବୋ’ର ସୁଟିଂ ପାଇଁ ଲକ୍ଷ୍ନୌରେ ଅଛନ୍ତି।ଏହି ଫିଲ୍ମରେ ଦର୍ଶକ କାର୍ତ୍ତିକ୍‌ଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର୍‌ଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ ।
ହେଲେ ସବୁଠୁଁ ଚର୍ଚ୍ଚାର କଥା ହେଉଛି କି ଅଭିନେତା କାର୍ତ୍ତିକ୍‌ଙ୍କୁ ଲକ୍ଷ୍ନୌ ଯିବା ପୂର୍ବରୁ ପ୍ରଥମେ ମୁମ୍ବାଇ ଏୟାର୍‌ପୋର୍ଟରେ କୋ-ଷ୍ଟାର୍‌ ସାରା ଅଲ୍ଲୀ ଖାନ୍‌ଙ୍କୁ ରିସିଭ୍‌ କରୁଥିବା ଦେଖାଯାଇଥିଲା। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଛୁକି କିଛି ଦିନ ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୀତ ଫିଲ୍ମର ସୁଟିଂ ଶେଷ କରି ଛୁଟି କଟେଇବାକୁ ଲଣ୍ଡନ ଯାଇଥିଲେ।

photo-navbharattimes

ହେଲେ ଲଣ୍ଡନରୁ ଫେରିବାର ଗୋଟେ ଦିନ ପରେ ପୁଣିଥରେ ସାରାଙ୍କୁ ଲକ୍ଷ୍ନୌ ଏୟାର୍‌ପୋର୍ଟରେ ପ୍ରେମିକ କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ଛାଡ଼ିବାକୁ ଯାଉଥିବାର ଦେଖିବାକୁ ପାଇଥିଲେ ଦର୍ଶକ, ଯାହାକୁ ଦେଖିଲାପରେ ସାରା ଓ କାର୍ତ୍ତିକ୍‌ଙ୍କ ଭିତରେ କିଛି ଗୋଟେ ସଂପର୍କ ରହିଥିବା ସବୁଠିଁ କୁୁହାକୁହି ହେଲେଣି। ଯେଉଁ କାରଣକୁ ନେଇ ଲୋକେ ଅଭିନେତ୍ରୀ ସାରା କୁଆଡେ କାର୍ତ୍ତିକ୍‌ଙ୍କ ବିନା ରହିପାରୁନାହାନ୍ତି ବୋଲି ମଧ୍ୟ କହିବାକୁ ପଛାଉନାହାନ୍ତି। ସୂତ୍ର ଅନୁସାରେ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବେ ପ୍ରେମିକ କାର୍ତ୍ତିକଙ୍କ ସହିତ ସମୟ ବିତାଇବାକୁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହପରେ ସେ ଫିଲ୍ମ ‘କୁଲି ନଂ ଓ୍ଵାନ୍‌’ର ସୁଟିଂରେ ବ୍ୟସ୍ତ ରହିବେ।

ସମ୍ବନ୍ଧିତ ଖବର