ଏହି ସାମାନ୍ୟ କାରଣ ପାଇଁ ସୋନାକ୍ଷୀଙ୍କ ସହ ଫିଲ୍ମ କରିବାକୁ ମନା କରିଦେଲେ ଧାରାବାହିକ ଅଭିନେତା ପାର୍ଥ

ମୁମ୍ବାଇ : ନିଜ ଅଭିନୟର ଦକ୍ଷତା ପାଇଁ ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଅଭିନେତା ପାର୍ଥ ସମଥାନ । ଧାରାବହିକ ‘କସୌଟି ଜିନ୍ଦେଗି କି-୨’ରେ ତାଙ୍କୁ ଦର୍ଶକେ ଦେଖିବାକୁ ପାଉଥିବା ବେଳେ ଧାରାବାହିକର ଟିଆର୍‌ପି ଏବେ ଭଲ ରହିଛି । ତେବେ ଅଭିନେତା ପାର୍ଥଙ୍କୁ ବଲିଉଡ୍‌ରୁ ଅଫର ଆସିଥିଲେ ମଧ୍ୟ ସେ ଅଫରକୁ ହାତଛଡ଼ା କରି ଦେଇଥିବା ଜଣାପଡ଼ିଛି । ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିପକ୍ଷରେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲେ ମଧ୍ୟ ସେ କାମ କରିବାକୁ ମନା କରି ଦେଇଥିଲେ । ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ପାର୍ଥଙ୍କୁ ସୋନାକ୍ଷୀଙ୍କ ସହ କାମ କରିବାର ସୁଯୋଗ ମିଳିଥିଲେ ମଧ୍ୟ ଚରିତ୍ରଟି ଛୋଟ ଥିବାରୁ ସେ ଏହାକୁ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି ।

ABP Live

ଏବେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଥିବା ବେଳେ ପାର୍ଥଙ୍କ ସ୍ଥାନରେ ଧାରାବାହିକ ଅଭିନେତା ପ୍ରିୟାଂଶୁ ଜୋରା ନଜର ଆସୁଛନ୍ତି । ଏହି ଫିଲ୍ମରେ ଅଭିନେତା ବରୁଣ ଶର୍ମା ଏବଂ ର‍୍ୟାପର ବାଦ୍‌ଶାହ ଗୁରୁତ୍ୱପୁର୍ଣ୍ଣ ଚରିତ୍ରରେ ନଜର ଆସୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର