‘କସୌଟି ଜିନ୍ଦଗି କି’ ଧାରାବାହିକରେ ହୀନା ଖାନ୍‌ଙ୍କ ସ୍ଥାନରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଧାରାବାହିକ କସୌଟି ଜିନ୍ଦଗି କିରେ ଏବେ ଜବରଦସ୍ତ ଡ଼୍ରାମ ଆରମ୍ଭ ହୋଇ ସାରଛି । ଆରମ୍ଭରୁ ଧାରାବହିକକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ କୋମୋଲିକା ଚରିତ୍ରରେ ହୀନା ଖାନ୍‌ଙ୍କୁ ନିଆଯିବା ଖବର ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା । ହୀନାଙ୍କ ଏଣ୍ଟ୍ରିକୁ ଜବରଦସ୍ତ କରାଯାଇଥିବା ବେଳେ ଖୁବ୍‌ କମ ସମୟ ପାଇଁ ତାଙ୍କୁ ଦର୍ଶକମାନେ ଦେଖିବାକୁ ପାଇଥିଲେ ।

ହଠାତ୍‌ ହୀନା ଧାରାବହିକରେ ନଜର ନ ଆସିବାରୁ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ପରେ ସେ ନିଜର ପ୍ରଥମ ବଲିଉଡ୍‌ ଫିଲ୍ମ ଲଇନ୍ସକୁ ସମୟ ଦେଉଥିବାରୁ ଧାରାବାହିକକୁ ସମୟ ଦେଇ ପାରୁ ନଥିବା ଜଣା ପଡ଼ିଥିଲା । ଏବେ ତାଙ୍କ ବଦଳରେ ଆଉ ଜଣେ ଅଭିନେତ୍ରୀଙ୍କୁ ଏହି ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିବା ଜଣା ପଡ଼ିଛି ।

Bollywoodlife.com

ସୂଚନା ମୁତାବକ, କୋମୋଲିକାଙ୍କ ଭଉଣୀ ଭୂମିକାରେ ଏରିୟା ଦେଙ୍କୁ ସୁଯୋଗ ମିଳିଥିବା ବେଳେ ଏବେ ସେ ଧାରାବାହିକରେ ପ୍ରେରଣା ଏବଂ ଅନୁରାଗଙ୍କ ଜୀବନରେ ନିଆଁ ଲଗାଇବା କାମ କରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର