‘ଦ କଶ୍ମୀର ଫାଇଲ୍ସ’କୁ ନେଇ ମୁହଁ ଖୋଲିଲେ ଅଜୟ

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଦୁଇ ସପ୍ତାହ ବିତିଗଲାଣି। ବଲିଉଡ ଅଭିନେତା ଅଜୟ ଦେବଗନ୍ କଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣାଦାୟକ ଇତିହାସକୁ ଦର୍ଶାଉଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ମୁହଁ ଖୋଲିଛନ୍ତି।

କିଛିଦିନ ତଳେ ଅକ୍ଷୟ କୁମାର ଏବଂ ଅମୀର ଖାନଙ୍କ ପରି ତାରକାମାନେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ନିଜ ମତ ରଖିଥିଲେ। ବର୍ତ୍ତମାନ ଏହି ତାଲିକାରେ ଅଜୟ ଦେବଗନଙ୍କ ନାମ ମଧ୍ୟ ଯୋଡି ହୋଇଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରନୱେ ୩୪’ ର ଟ୍ରେଲର ଲଞ୍ଚ ସମୟରେ ଅଜୟ ଦେବଗନ୍ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମର ସଫଳତାକୁ ନେଇ ନିଜର ମତ ଦେଇଛନ୍ତି ।

‘ରନୱେ ୩୪’ ର ଟ୍ରେଲର ଲଞ୍ଚ ସମୟରେ ଅଜୟ ଦେବଗନଙ୍କୁ ‘ଦ କଶ୍ମୀର ଫାଇଲ୍ସ’ର ରହସ୍ୟ ବିଷୟରେ ପଚରାଯାଇଥିଲା । ତାଙ୍କୁ ସିଧାସଳଖ ପଚରାଯାଇଥିଲା କି ଆଜିକାଲି କେବଳ ପ୍ରକୃତ ଘଟଣା ଉପରେ ଆଧାରିତ କାହାଣୀ ଦର୍ଶକଙ୍କୁ ଥିଏଟରକୁ ଆଣିପାରିବ କି? ଏହି ପ୍ରଶ୍ନ ଉପରେ ଅଜୟ ଦେବଗନ କହିଛନ୍ତି, ‘ନା, ଏହିପରି ନୁହେଁ, ଏହା କେବଳ ଭାରତରେ ନୁହେଁ .. ଏହା ସମଗ୍ର ବିଶ୍ୱରେ ଅଛି।

ଯେପରି ମୁଁ ପୂର୍ବରୁ ଚଳଚ୍ଚିତ୍ର କରିସାରିଛି … ଦି ଲିଜେଣ୍ଡ୍ ଅଫ୍ ଭଗତ ସିଂ, କିଛି କାହାଣୀ ଏତେ ପ୍ରେରଣାଦାୟକ ଏବଂ ଆଶ୍ଚର୍ଯ୍ୟଜନକ ହୋଇଥାଏ ଯେ ଆପଣ ତାହାକୁ କଳ୍ପନା କରି ଲେଖି ପାରିବେ ନାହିଁ । ଅଜୟ ଦେବଗନ୍ ଆହୁରି ମଧ୍ୟ କହିଛନ୍ତି, କିଛି ଘଟଣା ଏପରି ହୋଇଥାଏ ‘ପ୍ରକୃତ ଘଟଣାକୁ ଖୋଜିବା ପାଇଁ ଧାରଣା ନୁହେଁ … ବରଂ ଏହା ଶୁଣିବେ ସେତେବେଳେ ଆପଣ ଅନୁଭବ କରିବେ ଯେ ଏହି ଅସାଧାରଣ ଘଟଣା ସତରେ ଘଟିଛି । ଏହାର ସତ୍ୟତା ବିଶ୍ବକୁ ପ୍ରକାଶ କରାଯିବା ଉଚିତ୍ । ସେଥିପାଇଁ ମୁଁ ରନୱେ ୩୪  ନେଇଛି। ନଚେତ ଆମେ କାହାଣୀ ନିଜେ ଲେଖିଥାଉ ଆଉ ତିଆରି  ବି କରିଥାଉ। |

 

 

ସମ୍ବନ୍ଧିତ ଖବର