ଦୀପବୀରଙ୍କ ବିବାହ ଉତ୍ସବକୁ କ୍ୟାଟ୍‌ଙ୍କୁ ଡକରା: ଜାଣନ୍ତୁ ବର ନା ବଧୂ ପକ୍ଷରୁ ମିଳିଲା ନିମନ୍ତ୍ରଣ ପତ୍ର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଓ କ୍ୟାଟ୍ରିନ୍‌ କୈଫ୍‌ଙ୍କ ସଂପର୍କ ଭିତରେ ତିକ୍ତତା ଖୁବ୍‌ ପୁରୁଣା। ଯେଉଁ ସମୟରେ ଦୀପିକା ଅଭିନେତା ରଣବୀର କପୁରଙ୍କ ସହ ପ୍ରେମ ସଂପର୍କରେ ଥିଲେ ଓ ସେମାନଙ୍କ ଭିତରକୁ ପଶି ଆସିଥିଲେ କ୍ୟାଟ୍‌, ପ୍ରାୟ ସେହି ସମୟରୁ। କ୍ୟାଟ୍ରିନାଙ୍କ ସହ ସଂପର୍କ ଗଢ଼ିବା ନେଇ ହିଁ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ସଂପର୍କ ଛିନ୍ନ ହୋଇଥିଲା। ସେବେଠାରୁ ବଲିଉଡ୍‌ର ଏହି ଦୁଇ ନାୟିକାଙ୍କ ଭିତରେ ମନମାଳିନ୍ୟ ହୋଇଥିବାର ଖବର ବରାବର ହସ୍ତଗତ ହୋଇଛି। ସେବେଠୁ ଦୁହେଁ ଦୁହିଁଙ୍କ ସହ କଥା ହେଉନଥିଲେ।

ଏପରିସ୍ଥିତିରେ ବଲିଉଡ୍‌ର ପ୍ରାୟ ସବୁ ଷ୍ଟାର୍‌ ନିମନ୍ତ୍ରିତ ହୋଇଥିବା ବେଳେ ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ ଦିଆଯାଇଛି କି ନାହିଁ ବୋଲି ଜାଣିବା ପାଇଁ ସଭିଙ୍କ ଭିତରେ ଉତ୍ସୁକତା ରହିଥିଲା। ଏପରିକି ‘ମୁଁ ନିମନ୍ତ୍ରଣକୁ ଅପେକ୍ଷା କରିଛି। ଦୀପିକାଙ୍କ ବିବାହରେ ଭଲ ପୋଷାକ ପିନ୍ଧି ଯିବାର ଇଚ୍ଛା ରଖିଛି’ ବୋଲି ‘କଫି ଉଇଥ୍‌ କରଣ’ରେ କ୍ୟାଟ୍‌ କହିଥିଲେ।

ସେ ସବୁ ଉତ୍ସୁକତାର ଅନ୍ତଃ ଘଟିଛି। ଜାଣିବାକୁ ମିଳିଛି ଯେ କ୍ୟାଟ୍‌ଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି। ତେବେ ନିମନ୍ତ୍ରଣ ଦୀପିକାଙ୍କ ପକ୍ଷରୁ ନୁହେଁ ରଣବୀରଙ୍କ ପକ୍ଷରୁ ମିଳିଛି।

ସମ୍ବନ୍ଧିତ ଖବର