ସଲମାନ ଜେଲ୍‌ରୁ ଘରକୁ ଆସିବା ମାତ୍ରେ ଦେଖା କରିବାକୁ ଧାଇଁଗଲେ ପୂର୍ବତନ ପ୍ରେମିକା କ୍ୟାଟ୍ରିନା

ମୁମ୍ବାଇ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନ ଖାନ ଯାଇ ୨ ରାତି ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରହିବା କଥା ପୂରା ଦେଶବାସୀଙ୍କୁ ବିବ୍ରତ କରାଇଥିଲା। ଯାହା ବି ହେଉ ୨ ରାତି ଜେଲ୍‌ର କଳା କୋଠରୀରେ କାଟିବା ପରେ ଶେଷରେ ସଲୁ ମିଆଁଙ୍କୁ ଜାମିନ ମିଳିଥିଲା। ଜାମିନ୍‌ରେ ସଲମାନ ବାହାରକୁ ବାହାରିବା ପରେ ପ୍ରଶଂସକଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା।

ଶନିବାର ସଲମାନ ଘରକୁ ଫେରୁ ଫେରୁ ତାଙ୍କ ବାସଭବନକୁ ତାଙ୍କୁ ଦେଖା କରିବାକୁ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ଯାଇଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। କ୍ୟାଟ୍‌ଙ୍କ ସମେତ ଡେଜି ଶାହା, ହ୍ୟୁମା କୁରେସି ଏବଂ ସକିବ ସଲିମ ପ୍ରମୁଖ ମଧ୍ୟ ଦେଖା କରିବାକୁ ଭାଇଜାଙ୍କ ଘରେ ଭିଡ଼ ଲଗାଇଥିଲେ। ଏମାନଙ୍କ ବ୍ୟତୀତ ଅଭିନେତା ବବି ଦେଓଲ, ବରୁଣ ଧାଓ୍ଵନ, ମଲାଇକା ଆରୋରା ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ବି ସଲମାନଙ୍କ ଘର ସମ୍ମୁଖରେ ଦେଖିବାକୁ ମିଳିଥିଲେ।

ସମ୍ବନ୍ଧିତ ଖବର