ମୁମ୍ବାଇ: ବଲିଉଡରେ ସୋ’ମ୍ୟାନ୍ ଭାବେ ପରିଚିତ ସୁଭାଷ ଘାଇ ଏବେ ତାଙ୍କ ପ୍ରଯୋଜିତ ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ୍ ନିର୍ମାଣ କରିବେ ବୋଲି ଜଣାଯାଇଛି। ଏହି ଫିଲ୍ମ ହେଲା‘ଏତରାଜ୍’। ୨୦୦୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ କୁମାର,କରିନା କପୁର ଓ ପ୍ରିୟଙ୍କା ଚୋପ୍ରା ଲିଡ୍ ରୋଲ୍ରେ ଥିଲେ। ଏବେ ସୁଭାଷ ଘାଇ ‘ଏତ୍ରାଜ୍’ର ସିକ୍ୱେଲ୍ରେ ନୂଆ ମୁହଁଙ୍କୁ ନେବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ଟେଲି ନାୟିକା ‘ଏତରାଜ୍-୨’ରେ ଡେବ୍ୟୁ କରିବେ। ଏହି ନାୟିକାଙ୍କ ନାଆଁ ହେଲା କେଟ୍ ଶର୍ମା।
କେଟ୍ ଶର୍ମା ଷ୍ଟାରପ୍ଲସ୍ରେ ପ୍ରସାରିତ ହୋଇଥିବା ମେଗା ଧାରାବାହିକ‘ମେରୀ ଦୁର୍ଗା’ରେ ନଜର ଆସିଛନ୍ତି। ସୋ’ମ୍ୟାନ୍ ସୁଭାଷ ଘାଇ କେଟ୍ ଶର୍ମାଙ୍କ ଜନ୍ମ ଦିନ ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିର ଫଟୋ କେଟ୍ ସୋସିଆଲ୍ ମିଡିଆରେ ସେଆର୍ କରିଛନ୍ତି। ତେବେ ‘ଏତରାଜ୍’ର ସିକ୍ୱେଲ୍ରେ କେଟ୍ ଶର୍ମାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ,ତାହା ଜଣାପଡ଼ି ନାହିଁ।
କାଳୀଚରଣ୍ ,ବିଶ୍ୱନାଥ,କର୍ଜ,ହିରୋ,କର୍ମା,ରାମ ଲଖନ୍,ସୌଦାଗର୍,ଖଲନାୟକ୍,ୟାଦେଁ ଓ ‘ୟୁବରାଜ୍’ ଭଳି ଲୋକପ୍ରିୟ ସିନେମାର ନିର୍ଦ୍ଦେଶକ ହେଉଛନ୍ତି ସୁଭାଷ ଘାଇ ।