ଜୟପୁର: ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା। ନିଜ ସଂପର୍କକୁ ନେଇ ସବୁବେଳେ ଚୁପ ରହୁଥିବା ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ କରୁଥିବା ନେଇ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ଏବେ ଦୁହିଁଙ୍କ ବିବାହ ପରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
/sambad/media/post_attachments/wp-content/uploads/2021/12/t-87.jpg)
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୬ରେ ଦୁହିଁଙ୍କ ପରିବାର ରାଜସ୍ଥାନରେ ପହଞ୍ଚିବା ପରେ ୭ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହଲଦି, ମେହେନ୍ଦୀ ଏବଂ ସଙ୍ଗୀତ୍ ପରେ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ କୋର୍ଟରେ ବିବାହ କରିଥିଲେ। ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ଆଜି ସ୍ବତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିଥିଲେ।
ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିଥିଲେ । ଆଜି ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହୋଇଛି। କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର ଭରିଛନ୍ତି ଭିକ୍କି।
/sambad/media/post_attachments/wp-content/uploads/2021/12/t-81.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/t-82.jpg)