ଅମୀର୍‌ କହିଲେ , ଏହି ନାୟିକାଙ୍କୁ ସେ ଭଲ ପାଉଥିଲେ , ହେଲେ ଖୋଲିକି ମନ କଥା କହି ପାରି ନଥିଲେ !

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ସିନେମାର ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର କେତେକ କଳାକାରଙ୍କ ଲୁକ୍‌ ଇତି ମଧ୍ୟରେ ଆଉଟ୍‌ ହୋଇଯାଇଛି। ଫିଲ୍ମର ଫାର୍ଷ୍ଟ ଲୁକ୍‌କୁ ନେଇ ସିନେପ୍ରେମୀଙ୍କ ମହଲରେ ଉତ୍କଣ୍ଠାର ଅବସାନ ଘଟିଛି । ଦର୍ଶକ ଅମିତାଭ ବଚ୍ଚନ , ଅମୀର୍‌ ଖାନ୍‌ , ଜନ୍‌ କ୍ଲାଇଭ୍‌ ଏବଂ ଫାତିମା ସନା ଶେଖ୍‌ଙ୍କ ଲୁକ୍‌ ଦେଖିଛନ୍ତି। ଏହି ସିନେମାରେ ଥିବା ନାୟିକା କାଟ୍ରିନା କୈଫଙ୍କର ଲୁକ୍‌ ଆଉଟ୍‌ କରିବା ଅବସରରେ ଅମୀର୍‌ ଖାନ୍‌ ନିଜ ମନ କଥା ଖୋଲିକରି କହିଛନ୍ତି । ଏହି ସିନେମାରେ କାଟ୍ରିନାଙ୍କର ନାଆଁ ହୋଇଛି ସୁରେୟା।

ଅମୀର କହିଛନ୍ତି ଯେ ସେ କାଟ୍ରିନାଙ୍କ ସହ ‘ଧୁମ୍‌-୩’ ସିନେମାରେ କାମ କରିବା ବେଳେ ପ୍ରେମ କରୁଥିଲେ । ହେଲେ ସେ ମନ କଥା କାଟ୍ରିନା କୈଫଙ୍କୁ କହି ପାରି ନଥିଲେ। ସେଥିଲାଗି ଅମୀର କାଟ୍ରିନା କୈଫଙ୍କୁ କହିଛନ୍ତି , ‘ସୁରେୟା ଜାନ୍‌ ସବସେ ଖୁବସୂତ୍‌ ଠଗ୍‌ ’ । ଫ୍ୟାନମାନଙ୍କୁ ଅମୀରଙ୍କର ଏହି ଟୁଇଟ୍‌ ଖୁବ୍‌ ପସନ୍ଦ ଆସିଛି।୨୦୧୮ ଦିଓ୍ଵାଲୀରେ ରିଲିଜ୍‌ ହେବ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ । ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଏବଂ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶକ। ଏହି ସିନେମାରେ ନିଜର ଚରିତ୍ରକୁ ନେଇ ଅମୀର୍‌ ଖାନ୍‌ ଅଧିକ ଉତ୍ସାହିତ ଥିବା ବେଳେ କାଟ୍ରିନା କୈଫ୍‌ ଦ୍ୱିତୀୟ ଥର ଲାଗି ତାଙ୍କ ସହ ଯୋଡି ବନାଉଥିବାରୁ ବି ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର