ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ନିଜ ପ୍ରଶଂସକଙ୍କୁ ସେଲଫି ନଦେଇ ‌ବାଦଶାହ ଶାହରୁଖ ଖାନ୍ ଟ୍ରୋଲ ହେବା ପରେ ଏବେ ଅଭିନେତ୍ରୀ କଟ୍ରିନା କୈଫଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କଟ୍ରିନାଙ୍କୁ ଜଣେ ପ୍ରଶଂସକ ଅସମ୍ମାନିତ କରୁଥିବା ଦେଖିବାକୁ ମିଳିଛି। ସେଲଫି ନଦେଇ କଟ୍ରିନା ଚାଲିଯାଉଥିବାରୁ ତାଙ୍କୁ ଜଣେ ମହିଳା ଅପମାନ କଲା ଭଳି କଥା କହିଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

Advertisment

ଭିଡିଓଟି ୪ବର୍ଷ ପୁରୁଣା ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, କଟ୍ରିନା ଏକ କଳା ରଙ୍ଗର ପୋଷାକ ପିନ୍ଧି ଚାଲି ଚାଲି ଆସୁଛନ୍ତି। ଏହି ସମୟରେ କ୍ଲାନ୍ତ ହୋଇପଡ଼ିଥିବାରୁ କଟ୍ରିନା ସେଲଫି ଦେବାକୁ ମନା କରୁଛନ୍ତି। ଏହା ଶୁଣି ଜଣେ ମହିଳା କହୁଛନ୍ତି, ଆମେ ତୁମ ସହ ଫଟୋ ଉଠାଇବାକୁ ଚାହୁନାହୁଁ। ଏହା ଶୁଣି କଟ୍ରିନା କହୁଛନ୍ତି, ତୁମେମାନେ ଏଭଳି କରିବା ଉଚିତ୍ ନୁହେଁ। ମୋର ଏକ ସୋ’ ଥିଲା। ଏଥିପାଇଁ ମୁଁ ଥକି ଯାଇଛି। ଏହା ଶୁଣି ମହିଳାଜଣକ କହୁଛନ୍ତି, “ଲୋକମାନଙ୍କ ପାଇଁ ତୁମର ଭଲ ମନୋଭାବ ରହିବା ଆବଶ୍ୟକ। ଲୋକମାନେ ତୁମକୁ ଭଲପାଉଥିବାରୁ ଏଠାକୁ ଆସିଛନ୍ତି। "

ଏହା ଶୁଣି, କଟ୍ରିନା କୈଫ ଟିକେ ରାଗିଯାଇ ମହିଳାଙ୍କୁ ଶାନ୍ତ ରହିବାକୁ କହୁଛନ୍ତି। କିନ୍ତୁ ମହିଳାଜଣଙ୍କ ଶାନ୍ତ ନରହି କହୁଛନ୍ତି, ମୁଁ ସର୍ବସାଧାରଣ ସ୍ଥାନରେ ଅଛି। ତୁମେ ମୋତେ ଶାନ୍ତ ହେବାକୁ କହିପାରିବ ନାହିଁ। ଆମେ ସଲମାନ ଖାନଙ୍କ ପାଇଁ ଏଠାକୁ ଆସିଛୁ, ତୁମ ପାଇଁ ନୁହେଁ।