ବିବାହକୁ ନେଇ ଏଭଳି ମଜାଳିଆ ଉତ୍ତର ଦେଲେ କଟ୍ରିନା

ମୁମ୍ବାଇ: ୨୦୧୮ରେ ବଲିଉଡ୍‌ରେ ସୋନମ କପୁର, ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ଅଭିନେତ୍ରୀଙ୍କ ବିବାହ ସେମାନଙ୍କ ପ୍ରଶଂସକଙ୍କ ପାଇଁ ବି ଖୁସି ଆଣି ଦେଇଥିଲା। ଫ୍ୟାନ୍ସମାନେ ଏବେ ଆଲିଆ ଓ କଟ୍ରିନାଙ୍କ ବିବାହର ଅପେକ୍ଷା କରି ରହିଛନ୍ତି।

ଆଲିଆ ଏବେ ବିବାହ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ନିକଟରେ ହୋଇଥିବା ଫିଲ୍ମଫେୟାରର ଏକ ଇଣ୍ଟରଭ୍ୟୁରେ କଟ୍ରିନା କୈଫ୍‌ଙ୍କୁ ବିବାହ ବିଷୟରେ ପଚରା ଯାଇଥିଲା। ଏହାର ଉତ୍ତର ସେ କିଛି ଅଲଗା ଭାବେ ଦେଇଥିଲେ, ଯାହାକୁ ଶୁଣିଲେ କଟ୍ରିନାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯିବେ।

କଟ୍ରିନା କୈଫ୍‌ଙ୍କୁ ବିବାହ ବିଷୟରେ ପଚରା ଯିବାରୁ ସେ କହିଥିଲେ, ଆଜିକାଲି ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ତାଙ୍କୁ ଲାଗୁଛି କି ବିବାହ ମାମଲାରେ ସେ ସବୁଠାରୁ ପଛରେ ଅଛନ୍ତି। ସେଥିପାଇଁ କଟ୍ରିନା କହୁଛନ୍ତି, ମୋର ଅପେକ୍ଷା କର… ମୋତେ ପଛରେ ଛାଡି ଯାଅ ନାହିଁ।

ସମ୍ବନ୍ଧିତ ଖବର