ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରକାଶ ଝା ଏବେ ପୁଣି ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ସମ୍ଭବତଃ ଏହା ହେବ ତାଙ୍କର ପୂର୍ବ ହିଟ୍ ସିନେମା‘ରାଜନୀତି’ର ସିକ୍ୱେଲ୍ ଯାହାର ଟାଇଟଲ୍ ହେଲା‘ରାଜନୀତି-୨’। ଏଥିରେ ପୁଣିଥରେ ଫିମେଲ୍ ଲିଡରେ ନଜର ଆସିବେ କାଟ୍ରିନା କୈଫ୍ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସିନେମାରେ ରଣବୀର୍ କପୁରଙ୍କୁ ଦେଖିବାକୁ ମିଳିବ ନାହିଁ। ଯେଉଁଠି ‘ରାଜନୀତି’ର କାହାଣୀ ଶେଷ ହୋଇଥିଲା ସେଇଠୁ ଆରମ୍ଭ ହେବ ଏହି ସିନେମା ବୋଲି କୁହାଯାଉଛି। ତେବେ ଏଯାବତ୍ କାଟ୍ରିନାଙ୍କୁ ଅଫର୍ ଦେଇନାହାନ୍ତି ନିର୍ଦ୍ଦେଶକ ପ୍ରକାଶ ଝା। ଏଥିରେ ଅଜୟ ଦେବଗନଙ୍କୁ ଅବଶଁ ଦେଖିବାକୁ ମିଳିବ ବୋଲି କୁହାଯାଉଛି।
ପ୍ରକାଶ ଝାଙ୍କ ସିନେମାରେ କାଟ୍ରିନା କୈଫ୍ !
/sambad/media/post_attachments/wp-content/uploads/2017/09/katrina-kaif.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)