କିଛି ସମୟ ପାଇଁ ବଦଳିଗଲା କଟ୍ରିନାଙ୍କ ଇନଷ୍ଟା ଆକାଉଣ୍ଟର ନାଁ, ପରେ ଜଣାପଡ଼ିଲା ଅସଲ କାରଣ

ମୁମ୍ବାଇ: କଟ୍ରିନାଙ୍କ ଇନଷ୍ଟା ଆକାଉଣ୍ଟ ହ୍ୟାକ୍। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫଙ୍କ ଇନଷ୍ଟା ଆକାଉଣ୍ଟ ହ୍ୟାକ୍ ହୋଇଥିବା ସାମ୍ନାକୁ ଆସିଛି। କଟ୍ରିନାଙ୍କୁ ଇନଷ୍ଟାରେ ଫଲୋ କରୁଥିବା ଲୋକେ ଯେତେବେଳେ କ୍ୟାଟ୍ରିନା କୈଫଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନାଁ ବଦଳିଯାଇଥିବା ଦେଖିଥିଲା, ସେତେବେଳେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା। ଇନଷ୍ଟା ଆକାଉଣ୍ଟରେ କଟ୍ରିନା କୈଫଙ୍କ ନାଁ ପରିବର୍ତ୍ତେ କାମେଡିଆ ମୋଡରେଟ୍ସ ଲେଖାଯାଇଥିବା ଦେଖାଯାଇଥିଲା। ଅନେକ ଫଲୋଓର୍ସ ଆକାଉଣ୍ଟର ସ୍କ୍ରିନସଟ ନେଇ ଏହାକୁ ଟ୍ୱିଟରରେ ପୋଷ୍ଟ କରିବା ଆରମ୍ଭ କରିଥିଲେ ଏବଂ ଏହା ପରେ କ୍ୟାଟ୍ରିନାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅନୁମାନ ଆରମ୍ଭ ହୋଇଥିଲା।

ଭାଇରାଲ ହେଉଥିବା ସ୍କ୍ରିନସଟରେ କଟ୍ରିନାଙ୍କ ପ୍ରୋଫାଇଲ ଫଟୋ ତଳେ କାମେଡିଆ ମୋଡରେଟ୍ସ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପରେ କଟ୍ରିନାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ପରେ ଜଣାପଡ଼ିଥିଲା ଯେ, କଟ୍ରିନା ନିଜେ ନିଜର ନାଁ ବଦଳାଇଥିଲେ। ଅଭିନେତ୍ରୀ କମେଡିଆ ମୋଡରେଟ୍ସ ଲେଖି ନାଁ ବଦଳାଇବା ପରେ ହ୍ୟାକ ହୋଇଥିବା ନେଇ ଚର୍ଚ୍ଚା ହେବାରୁ ସେ ପୁଣି ନିଜ ନାଁ ଇନଷ୍ଟାରେ କଟ୍ରିନା କରିଥିଲେ। ତେବେ ସେ ଏଳଭି କାହିଁକି କରିଥିଲେ, ତାହାର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର