କ୍ୟାଟ୍‌ଙ୍କୁ ବିବାହକୁ ଡାକିନାହାନ୍ତି କି ଦୀପିକା!

ମୁମ୍ବାଇ: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଏବେ ସମୟର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବୀର ସିଂହ ଓ ଦୀପିକା ପାଦୁକୋନ। ଇଟାଲିରେ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଦୁଇ ପକ୍ଷର ରୀତିନୀତି ଅନୁସାରେ ବିବାହ ହେବ ବୋଲି ସୂଚନା ରହିଛି। ଆଜିଠାରୁ ବିବାହର ପୂର୍ବବର୍ତ୍ତୀ ରୀତି ସବୁ ଆରମ୍ଭ ହୋଇଗଲାଣି। ଦିନ ୩.୩୦ ବେଳେ ଦୀପଭୀରଙ୍କର ମେହେନ୍ଦୀ ଉତ୍ସବର ଆୟୋଜନ କରାଯାଇଥିଲା।

ତେବେ ଏବେ ପ୍ରଶଂସକଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କି ଦୀପିକାଙ୍କ ବିବାହକୁ ଦୀପିକା କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ ଦେଇଛନ୍ତି କି ନାହିଁ?ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘କଫି ଉଇଥ୍‌ କରଣ’ ସୋ’ରେ କରଣ ଜୋହର କହିଥିଲେ କି ସେ ଦୀପିକାଙ୍କ ବିବାହକୁ ନେଇ ଖୁବ୍‌ ଉତ୍ସୁକ। କିନ୍ତୁ ତାଙ୍କୁ ଏଯାବତ୍‌ ନିମନ୍ତ୍ରଣ ମିଳିନାହିଁ।

ଖାଲି କରଣ ନୁହଁନ୍ତି, କ୍ୟାଟ୍ରିନା ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ କି ସେ ଦୀପିକାଙ୍କ ବିବାହ ଉତ୍ସବରେ କିଛି ଭଲ ପୋଷାକ ପିନ୍ଧିବାର ଇଚ୍ଛା ରଖିଛନ୍ତି। ମାତ୍ର ଏଯାଏ ତାଙ୍କୁ ଦୀପିକା ନିମନ୍ତ୍ରଣ ଦେଇନାହାନ୍ତି। ସେ ନିମନ୍ତ୍ରଣ ପାଇଁ ଅପେକ୍ଷା କରିଛନ୍ତି। ତେବେ ଦୀପିକାଙ୍କ ବିବାହ ପରେ ସ୍ପଷ୍ଟ ହୋଇଯିବ ଯେ କ୍ୟାଟ୍‌ ଶେଷରେ ନିମନ୍ତ୍ରଣ ପାଇଲେ କି ନାହିଁ!

ସମ୍ବନ୍ଧିତ ଖବର