ମୁମ୍ବାଇ: ଟିଭି ହେଉ କି ସୋସିଆଲ ମିଡିଆ ସବୁଠି ଏବେ ବଲିଉଡର ପ୍ରେମୀଯୁଗଳ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା। ଡିସେମ୍ବର ୩ରେ ଦୁହେଁ କୋର୍ଟରେ ବିବାହ କରିଥିବା ବେଳେ ଡିସେମ୍ବର ୯ରେ ଦୁହେଁ ରୀତିନୀତି ଅନୁଯାୟୀ ବିବାହ କରିବେ। ଆଜିଠାରୁ ଦୁହିଁଙ୍କ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ରାଜସ୍ଥାନରେ ଆରମ୍ଭ ହେଉଥିବା ବେଳେ ଗତକାଲିଠାରୁ ଦୁହିଁଙ୍କ ପରିବାର ଏବଂ ବନ୍ଧୁ ରାଜସ୍ଥାନରେ ପହଞ୍ଚିସାରିଛନ୍ତି। ରାଜସ୍ଥାନ ସିକ୍ସ ସେନ୍ସେ ହୋଟେଲରେ ବିକି-କ୍ୟାଟଙ୍କ ବିବାହ ଏବଂ ବିବାହ ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି ।
ତେବେ ଦୁହିଁଙ୍କ ବୟସ ଭଳି ସମ୍ପତ୍ତିରେ ମଧ୍ୟ ଖୁବ ଅଧିକ ବ୍ୟବଧାନ ଥିବା ଜଣାପଡ଼ିଛି। କ୍ୟାଟ୍ରିନାଙ୍କୁ ଏବେ ୩୮ବର୍ଷ ବୟସ ହୋଇଥିବା ବେଳେ ଭିକ୍କିଙ୍କୁ ଏବେ ୩୩ବର୍ଷ ବୟସ ହୋଇଛି। ବୟସ ଭଳିି ସମ୍ପତ୍ତିରେ ମଧ୍ୟ ଖୁବ ବଡ଼ ବ୍ୟବଧାନ ରହିଛି। ଭିକ୍କିଙ୍କଠାରୁ କ୍ୟାଟ୍ରିନାଙ୍କର ଢ଼େର ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କ୍ୟାଟ୍ରିନାଙ୍କ ପାଖରେ ମୋଟ ୨୨୦କୋଟିର ସମ୍ପତ୍ତି ଥିବା ବେଳେ ଭିକ୍କିଙ୍କ ପାଖରେ ମୋଟ ୨୪କୋଟିର ସମ୍ପତ୍ତି ରହିଛି।
/sambad/media/post_attachments/49dcb85dd003eb7744842a4004785c435d92733d7cbb42ae7744d38353c598a7.jpg)
ଅନ୍ୟପକ୍ଷରେ, ବିବାହ ପୂର୍ବରୁ ବିବାଦରେ ଫଶିଛନ୍ତି ଭିକ୍କି-କ୍ୟାଟ୍ । ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ବିବାହ ପାଇଁ ସିକ୍ସ ସେନ୍ସେସ ଦୁର୍ଗରେ ଭିଡ଼ ଲାଗି ରହିବା ସହ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ସେଠାରେ ଥିବା ମା’ ଚୌଥ ମାତାଙ୍କ ମନ୍ଦିରକୁ ବନ୍ଦ ରଖାଯାଇଛି। ଏତେ ଦିନ ଯାଏଁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିିତ ରହିବେ ବୋଲି ଜାଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ଭିକ୍କି, କ୍ୟାଟ୍ରିନାଙ୍କ ସମେତ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଜନୈକ ଓକିଲ । ମା’ଙ୍କ ମନ୍ଦିରକୁ ତୁରନ୍ତ ଖାଲି କରାଯିବାକୁ ନିଜ ଦାଏର ପିଟିସନରେ ଅନୁରୋଧ କରିଛନ୍ତି ।