ସଲମାନ୍ ମନାକଲେ, ବରୁଣ ଧଓ୍ଵନଙ୍କ ସହ ରୋମାନ୍ସ ଉପରେ କ୍ୟାଟ୍ରିନା ଲଗାଇଲେ ରୋକ୍ !
ମୁମ୍ବାଇ : ଫିଲ୍ମ ‘ଜିରୋ’ ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ତେବେ କିଛି ଦିନ ତଳେ ସେ ଅଭିନେତା ବରୁଣ ଧଓ୍ଵନଙ୍କ ବିପକ୍ଷରେ ନଜର ଆସିବେ ବୋଲି ଚର୍ଚ୍ଚା ହୋଇଥିଲା । କୋରିଓଗ୍ରାଫର-ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ସେ ନଜର ଆସିବାକୁ ଥିବା ବେଳେ ବରୁଣ ଧଓ୍ଵନଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିବେ ବୋଲି ଜଣାପଡ଼ିଥିଲା । କିନ୍ତୁ ଏବେ ସେ ବରୁଣଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି ଖବର ମିଳିଛି । ଫିଲ୍ମ ଛାଡ଼ିବା ପଛର କାରଣ ଦବଙ୍ଗ ଷ୍ଟାର ସଲମାନ ଖାନ୍ ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରେମୋ ଫିଲ୍ମ ‘ଏବିସିଡି’ର ତୃତୀୟ ଭାଗ ତିଆରି କରିବାକୁ ଯାଉଥିବା ବେଳେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା ଏବଂ ବରୁଣଙ୍କୁ ନେବେ ବୋଲି ମନସ୍ଥ କରିଥିଲେ । କିନ୍ତୁ ଏବେ କ୍ୟାଟ୍ରିନା ଫିଲ୍ମରୁ ଓହରି ଯାଇଛନ୍ତି । କ୍ୟାଟ୍ରିନାଙ୍କ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସଲମାନଙ୍କ ଫିଲ୍ମ ଭାରତ ପାଇଁ କ୍ୟାଟ୍ରିନା ଏହି ଫିଲ୍ମ ଛାଡ଼ିଛନ୍ତି । ଭାରତର ସୁଟିଂରେ ବ୍ୟସ୍ତ ଥିବାରୁ ‘ଏବିସିଡି’ର ତୃତୀୟ ଭାଗର ସୁଟିଂ ପାଇଁ ସେ ସମୟ ଦେଇ ପାରିବେ ନାହିଁ ବୋଲି କହି ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ ।