ପ୍ରଥମ ଥର ପାଇଁ ସଲମାନଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଲେ କ୍ୟାଟ୍ରିନା, ଭିଡିଓରେ ଦେଖନ୍ତୁ ସଲମାନଙ୍କ ପ୍ରତିକ୍ରିୟା

ମୁମ୍ବାଇ : ଆଗକୁ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଥିବା ବେଳେ ଏଇ କିଛି ଦିନ ହେବ ଫିଲ୍ମର ଷ୍ଟାର ଏହାର ପ୍ରମୋସନରେ ଲାଗି ପଡ଼ିଛନ୍ତି । ମୁଖ୍ୟ ଭୂମିକାରେ ନଜର ଆସୁଥିବା ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ବିଭିନ୍ନ ପ୍ରମୋସନାଲ ଇଭେଣ୍ଟରେ ଯୋଗ ଦେଇ ଫିଲ୍ମର ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ତେବେ ପ୍ରଚାର ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜଫର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନା ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି । କିନ୍ତୁ ସଲମାନ କ୍ୟାଟ୍ରିନାଙ୍କ ପ୍ରସ୍ତାବ ଶୁଣି ହଠାତ୍‌ କିଛି କହି ପାରୁ ନାହାନ୍ତି ।

ଭିଡିଓରେ କ୍ୟାଟ୍‌ ସଲାମାନଙ୍କୁ, “ମୋର ବିବାହ କରିବାର ବୟସ ହୋଇଗଲାଣି ଏବଂ ମୋତେ ତୁମେ ଭଲ ଲାଗୁଛ । ତା’ହେଲେ କୁହ ବିବାହ କେବେ କରିବ?” ବୋଲି ପଚାରୁଛନ୍ତି । ଏହା ଶୁଣି ମ୍ୟାଡାମ୍‌ ସାର୍‌, ମ୍ୟାଡାମ୍‌ ସାର୍‌ କହି ଲାଜେଇ ଯାଉଛନ୍ତି ସଲମାନ । ଭିଡିଓଟି ଫିଲ୍ମ ‘ଭାରତ’ର ଏକ ଅଂଶ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର