ଦୁଇ ବର୍ଷ ହେଲା ଲୁଚି ଲୁଚି ଏହି କାମ କରି ଆସୁଥିଲେ କ୍ୟାଟ୍ରିନା,ଏତେ ଲୁଚାଇବା ପରେ ମଧ୍ୟ ଜଣାପଡ଼ିଗଲା

ମୁମ୍ବାଇ : ବଲିଉଡ୍‌ରେ କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନ ରଖିବାକୁ ଚାହିଁଥାନ୍ତି । କିନ୍ତୁ ବେଳେ ବେଳେ ଯେତେ ଚେଷ୍ଟା କଲେ ବି ସେମାନଙ୍କ ଜୀବନ ଖୋଲା ବହି ହୋଇ ରହି ଯାଇଥାଏ । ସେଭଳି କିଛି ଘଟଣା ଘଟିଛି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ । ଦୁଇ ବର୍ଷ ହେଲା ସେ ଯେଉଁ କଥାକୁ ଗୋପନ ରଖି ଆସୁଥିଲେ ଶେଷରେ ସେ ବିଷୟରେ ଏବେ ସମସ୍ତେ ଜାଣି ଯାଇଛନ୍ତି। ସୂଚନା ମୁତାବକ, ଦୁଇ ବର୍ଷ ହେଲା ସେ ତାମିଲନାଡ଼ୁରେ ଥିବା ଏକ ସ୍କୁଲକୁ ଦାନ କରି ଆସୁଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ଥିବା ମାଉଣ୍ଟେନ୍‌ ଭିଉ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଶିକ୍ଷା ପାଇଁ ସେ ଦୁଇ ବର୍ଷ ହେଲା ଦାନ କରି ଆସୁଛନ୍ତି ।

Zee News

ସମୟ ଅଭାବରୁ ସେ ସ୍କୁଲକୁ ଯାଉ ପାରୁ ନ ଥିଲେ ମଧ୍ୟ ସବୁ ବେଳେ ଟଙ୍କା ପଠାଇ ସାହାଯ୍ୟ କରିଥାନ୍ତି । କ୍ୟାଟ୍ରିନା ଏହି କାମ ନିଜର ମା’ଙ୍କ ପ୍ରୋଜେକ୍ଟ ‘ରିଲିଫ୍‌ ପ୍ରୋଜେକ୍ଟ ଇଣ୍ଡିଆ’ ପାଇଁ କରୁଥିବା ଖବର ମିଳିଛି । ଏହି ପ୍ରୋଜେକ୍ଟ ଗରିବ ପିଲାଙ୍କୁ ଶିକ୍ଷା ଯୋଗାଇଦେବା ବେଳେ ଏହି ଲକ୍ଷ୍ୟକୁ ପୂରଣ କରିବା ପରେ କ୍ୟାଟ୍ରିନା ଏହି ଦାନ କରିବା ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର