ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିକଟରେ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ଦୃଷ୍ଟି ଆକର୍ଷଣର କାରଣ ସେ ପିନ୍ଧିଥିବା‌ ପୋଷାକ। କ୍ୟାଟ୍‌ ଏକ ଢିଲା ପୋଷାକ ପିନ୍ଧିଥିବାରୁ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ଯେ ସେ ଗର୍ଭବତୀ ଥାଇପାରନ୍ତି।

Advertisment

କ୍ୟାଟ୍ରିନା କୈଫ୍‌ଙ୍କୁ ନିକଟରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ‌ସେ ଏକ ଢିଲା କୁର୍ତ୍ତା ଓ ପ୍ଲାଜେ‌ା ସହ କମଳା ରଂଗର ଓଢ଼ଣୀ ପରିଧାନ କରିଛନ୍ତି।

କ୍ୟାଟ୍‌ ଏହି ଢିଲା କୁର୍ତ୍ତା ପିନ୍ଧି ଯାଉଥିବା ବେଳର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି ଏପରି ପୋଷାକ ପିନ୍ଧିଥିବା ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି।

ପ୍ରଶଂସକାମାନେ କହିବାକୁ ଲାଗିଛନ୍ତି ଯେ କ୍ୟାଟ୍‌ ସ୍ବାମୀ ଭିକି କୌଶଲଙ୍କ ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ଉଭୟ ପତି-ପତ୍ନୀ ଏବିଷୟରେ କିଛି ବି ମତାମତ ରଖିନାହାନ୍ତି।

ତେବେ, ଦେଖାଯାଉ ପ୍ରଶଂସକମାନଙ୍କର ଏହି ଅନୁମାନ ସତ ହେଉଛି କି ନାହିଁ। ସତରେ କ୍ୟା‌ଟ୍‌ ମାଆ ଓ ଭିକି ବାପା ବନିବାକୁ ଯାଉଛନ୍ତି କି ନାହିଁ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକମାନେ ସାମିଲ୍‌ ହୋଇଥିଲେ ।

ଭିକି ଓ କ୍ୟାଟ୍ରିନା ବଲିଉଡର ଅନ୍ୟତମ ଚର୍ଚ୍ଚିତ ଦମ୍ପତି । ଭିକି ଏବଂ କ୍ୟାଟ୍ରିନା ଦୀର୍ଘ ଦିନ ଏକାଠି ରହିଥିଲେ ହେଁ, ଦୁହେଁ ନିଜ ସମ୍ପର୍କ ବିଷୟରେ କାହାକୁ କିଛି ଜଣାଇ ନଥିଲେ।