ନାୟିକା ଦୁଇ, ପସନ୍ଦ ଏକ: କେବେ ପ୍ରେମିକ ତ କେବେ ପୋଷାକ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ୍‌ କିଛି ନା କିଛି ଘଟଣାକୁ ନେଇ କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚାକୁ ଆସିଥାନ୍ତି। କେବେ ସେମାନଙ୍କ ପ୍ରେମ ସଂପର୍କକୁ ନେଇ ତ କେବେ ସେମାନଙ୍କ ତିକ୍ତତାକୁ ନେଇ। ନିକଟରେ ସେ ଦୁହେଁ ଚର୍ଚ୍ଚାକୁ ଆସିଛନ୍ତି ନିଜର ପୋଷାକକୁ ନେଇ।

ଫଟୋରେ ଆପଣ ଦେଖି ପାରୁଥିବେ ନିଶ୍ଚୟ ଯେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍‌ଙ୍କ ପୋଷାକର ପ୍ରିଣ୍ଟ୍‌ ଏକଦମ ସମାନ। ଆଲିଆ ଯେପରି ପ୍ରିଣ୍ଟରର ଏକ ଲମ୍ବା ଗାଉନ୍‌ ପିନ୍ଧିଛନ୍ତି କାଟ୍ରିନା ସେହି ପ୍ରିଣ୍ଟ୍‌ର ଏକ ଛୋଟ ଫ୍ରକ୍‌ ପିନ୍ଧିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି।

 

ତେବେ, ଏହି ଦୁଇ ନାୟିକା ସମାନ ମାସରେ ଏ ପ୍ରକାରର ସମାନ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ପୋଷାକ ପରିଧାନ କରିଥିବାର ଦେଖିବାକୁ ମିଳିଛି। ସମାନ ମାସ ନୁହେଁ ବରଂ, ଆଲିଆ ପିନ୍ଧିବାର ଠିକ ପର ଦିନ ଏପରି ପୋଷାକ ପିନ୍ଧିଥିଲେ କ୍ୟାଟ୍ରିନା କୈଫ୍‌।

ଏକଥା ଆପଣ ନିଶ୍ଚୟ ଜାଣିଥିବେ ଯେ ଅତୀତରେ ଯେଉଁ ରଣବୀର କପୁରଙ୍କୁ କ୍ୟାଟ୍ରିନା କୈଫ୍‌ ଡେଟିଂ କରୁଥିଲେ ତାଙ୍କୁ ଏବେ ଆଲିଆ ଭଟ୍ଟ ଡେଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର