‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପାଇଁ କ୍ୟାଟ୍ରିନାଙ୍କ ଡ଼୍ୟାନ୍ସ ଅଭ୍ୟାସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଟାଇଗର ଗର୍ଲ କ୍ୟାଟ୍ରିନା ନିଜର ପରିଶ୍ରମ ଏବଂ ସାଧନା ବଳରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଛନ୍ତି । ତେବେ ବର୍ତ୍ତମାନ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଠଗ୍ସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଏନେଇ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ତାଙ୍କର ପରିଶ୍ରମ ଏବଂ ଚଳଚ୍ଚିତ୍ର ପାଇଁ ଏକ ଗୀତର ଅଭ୍ୟାସର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଛି । ଏଥିରେ କ୍ୟାଟ୍ରିନା କ୍ୟାସିକାଲ୍‌ ଭଙ୍ଗୀର ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଆସିବା ପରେ ବହୁଳ ଭାବେ ଭାଇରାଲ ହେବା ସହ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବୃଦ୍ଧି ପାଇଛି।

ଠଗ୍ସ ଅଫ ହିନ୍ଦୁସ୍ତାନ ଚଳଚ୍ଚିତ୍ରଟି ୟସ୍‌ରାଜ ପ୍ରଡ଼କ୍ଟସନ ବ୍ୟାନରରେ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ କ୍ୟାଟ୍ରିନାଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ୍‌ର ପରଫେକ୍ଟସନିଷ୍ଟ ଆମିର ଖାନ । ଚଳଚ୍ଚିତ୍ରଟିର କାହାଣୀ ୧୮୩୯ରେ ଫିଲିପ୍‌ ମେଣ୍ଟୋଜ୍‌ ଟେଲରଙ୍କ ଦ୍ୱାରା ଲେଖାଯାଇଥିବା କଫେସନ୍‌ ଅଫ ଠଗ୍ସ ଉପରେ ଆଧାରିତ ରହିଥିବା ବେଳେ ଏହାର ସୁଟିଂ ଖୁବ୍‌ ଜୋରସୋରରେ ଚାଲୁରହିଛି। ଏଥିରେ ଆମିର ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଫାତିମା ସନା ଆଦିଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।

ସମ୍ବନ୍ଧିତ ଖବର